ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | July 09, 2024 IST

କେନ୍ଦୁଝର ୯/୭:NH-୪୯ ଝାରବେଲଦା ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଗୁରୁତର ବାଇକ ଆରୋହୀ ହେଲେ ବାରିଆ ଥାନା କଞ୍ଚନଡୁମୁରିଆ ଗାଁର ଦିନେଶ ନାଏକ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଗୁରୁତର ଦିନେଶଙ୍କ ଚିକିତ୍ସା ଖର୍ଚ୍ଚ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.