ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ୨ ମୃତ
20/08/2018 at 4:39 AM

ବାଲେଶ୍ୱର ୨୦/୮ : ୫ ନଂ ଜାତୀୟ ରାଜପଥ ନହରପାଟଣା ଛକ ନିକଟରେ ଦୁର୍ଘଟଣା ଘଟିଛି | ବାଇକକୁ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି | ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ପ୍ରଦୀପ ମହାପାତ୍ର | ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ | ଗୁରୁତର ଥିବା ବ୍ୟକ୍ତି ହେଲେ ସୁରେଶ ଦାସ | ତେବେ ଗୁରୁତର ଅବସ୍ଥାରେ ସୁରେଶଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି | ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି | ଗତକାଲି ସନ୍ଧ୍ୟାରେ ମଧ୍ୟ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା |
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022