ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ଚାପିହୋଇ ରହିଥିବା ୨ ଜଣ

Published By : Prameya-News7 Bureau | June 07, 2022 IST

ଭଦ୍ରକ ୭।୬: ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ । ପଛ ଟ୍ରକର ଦୁଇ କର୍ମଚାରୀ ଚାପିହୋଇ ରହିଥିବା ବେଳେ ଜେସିବି ସାହାଯ୍ୟରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଠିଆ ହୋଇଥିବା ବେଳେ ଭୁବନେଶ୍ବର ପଟୁ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ପଛ ଗାଡିର ଦୁଇ କର୍ମଚାରୀ ଟ୍ରକ୍‌ରେ ଚାପି ହୋଇ ରହିଥିଲେ । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି । ଜେସିବି ସାହାଯ୍ୟରେ ଟ୍ରକକୁ ଟାଣିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.