ରାସ୍ତା ପାର ହେବା ସମୟରେ ଗାଈ ଗୋଠକୁ ଧକ୍କା ଦେଲା ଟ୍ରଲର, ୭ ଗାଈ ମୃତ, ଗୋଟଏ ଗୁରୁତର

Published By : Prameya-News7 Bureau | October 17, 2022 IST

ଖଲ୍ଲିକୋଟ, ୧୭/୧୦: ରାସ୍ତା ପାର ହେବା ସମୟରେ ଗାଈ ଗୋଠକୁ ଧକ୍କା ଦେଲା ଟ୍ରଲର । ଫଳରେ ୭ଟି ଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟାଏ ଗାଈ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡି ରହିଛି । ଚମଖଣ୍ଡି ଥାନା ଟିଟାନିୟମ ଛକ ନିକଟ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟଇଥିବା ଗାଡିକୁ ଭଙ୍ଗାରୁଜା କରିଛନ୍ତି । ରାସ୍ତାର ଦୁଇ ପାର୍ଶ୍ୱରେ ସହ ସହ ଗାଡି ଅଟକି ରହିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାର ଖବର ପାଇ ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । କ୍ଷତି ପୂରଣ ଦାବୀ କରିଛନ୍ତି । ପୁଲିସ ଗାଡି ଚାଳକକୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.