ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ ; ଘଟଣାସ୍ଥଳରେ ହେଲ୍‌ପର ମୃତ

Published By : Prameya-News7 Bureau | December 23, 2018 IST

ଭଦ୍ରକ ୨୩|୧୨: ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍‌କୁ ପଛପଟୁ ପିଟିଲା ଅନ୍ୟ ଏକ ଟ୍ରକ୍ । ଦୁର୍ଘଟଣା ଫଳରେ ଟ୍ରକ୍‌ର ହେଲପରଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନସୁସାରେ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଭୋର ସମୟରେ ଏକ ଚିପ୍ସ ବୋଝେଇ ଟ୍ରକ୍ ରାସ୍ତାରେ ଠିଆ ହୋଇଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଠିଆ ହୋଇଥିବା ଟ୍ରକ୍‌ର ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ହେଲପର ପୁନ ମୁଣ୍ଡା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ମଧ୍ୟ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.