୪୯ ନମ୍ୱର ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଚିପ୍ସ ବୋଝେଇ ଟ୍ରକ୍‌, ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

Published By : Prameya-News7 Bureau | October 18, 2022 IST

କେନ୍ଦୁଝର, ୧୮/୧୦: କେନ୍ଦୁଝର ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚିପ୍ସ୍‌ ବୋଝେଇ ଟ୍ରକ୍ । ସନ୍ଧ୍ୟା ୬ଟା ସମୟରେ ରୁଟୁଶିଳା ଗାଁରେ ଥିବା ଏକ କ୍ରସରରୁ ପଥର ଚିପ୍ସ୍‌ ଲୋଡ କରି ଏକ ହାଇୱା କେନ୍ଦୁଝର ଅଭିମୁଖେ ଆସୁଥିଲା । ଠିକ୍‌ ୪୯ ନମ୍ବର ଜାତୀୟ ରାଜପଥର ନେଙ୍କଡ଼ାଘର ନିକଟରେ ପହଞ୍ଚିବା ବେଳକୁ ଟ୍ରକର ତଳପଟୁ ଧୂଆଁ ବାହାରୁ ଥିବାର ଡ୍ରାଇଭର ଦେଖି ଗାଡିରୁ ଓହ୍ଲାଇ ପଡିଥିଲେ । ପରେ ପରେ ହଠାତ ଟ୍ରକଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା । ମାତ୍ର ଗାଡିରୁ ତୁରନ୍ତ ବାହାରି ଯାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । ସଟ୍ ସର୍କିଟରୁ ନିଆଁ ଲାଗିଥିବା ଡ୍ରାଇଭର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.