ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୮ମୃତ ୨୫ଆହତ
22/01/2019 at 11:24 AM

ଫୁଲବାଣୀ ୨୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୮ମୃତ୍ୟୁହୋଇଛି।

୨୫ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବାଲିଗୁଡ଼ା ଡାକ୍ତରଖାନା ଓ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି। ଯାତ୍ରୀଙ୍କୁ ନେଇ ଗୋଦାପୁରରୁ ବ୍ରାହ୍ମଣୀ ଗାଁ ଦୃତ ବେଗରେ ଟ୍ରକଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଘାଟି ଉପରୁ ପାଖାପାଖି ୨୫ଫୁଟ ତଳକୁ ଟ୍ରକଟି ଖସି ପଡ଼ିଛି। ମୃତକମାନଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023