ରାସ୍ତାରେ ଠିଆ ହୋଇଥିବା କାର୍ ଉପରେ ଓଲଟି ପଡିଲା ପିଆଜ ବୋଝେଇ ଟ୍ରକ୍

Published By : Prameya-News7 Bureau | January 12, 2019 IST

ମୟୁରଭଞ୍ଜ ୧୨|୧: ମୟୂରଭଞ୍ଜ ବାଙ୍ଗୀରପୋଷି  ଦ୍ବାରଶୁଣୀ ଘାଟିରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ଉପରେ ଥିବା ଏକ କାର ଉପରେ ଏକ ପିଆଜ ବୋଝେଇ ଟ୍ରକ୍  ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦ୍ୱାରଶୁଣି ଘାଟିରେ ଗତକାଲି ରାତିରେ ଏକ ଟ୍ରକ୍ ର ବ୍ରେକ୍  ଡାଉନ୍  ହୋଇଥିଲା। ତେଣୁ ତାକୁ ସଜାଡ଼ିବା ପାଇଁ ଟ୍ରକ୍  ମାଲିକ ନିଜ ଏମଏଚ୍  ୧୨ କେ ଏନ୍  ୯୦୪୪ ନମ୍ବର ବିଶିଷ୍ଟ କାର ଯୋଗେ ଘଟଣାସ୍ଥଳକୁ ଆସିଥିଲେ। ତେବେ କାର ମାଲିକ ରାସ୍ତା କଡ଼ରେ କାର ରଖି ବ୍ରେକ୍  ଡାଉନ୍  ହୋଇଥିବା ଟ୍ରକ୍  ପାଖକୁ ଯାଇଥିବା ବେଳେ ସେହି ବାଟ ଦେଇ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍   ଭାରସାମ୍ୟ ହରାଇ ସେହି କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣା ଘଟିଲା ବେଳେ କାର ଭିତରେ କିଏ ଥିଲେ କିମ୍ବା ନାହିଁ ତାହା ଜଣାପଡ଼ି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.