ପରିବା ବଜାର ଉପରେ ମାଡିଗଲା ଦଶଚକିଆ ଟ୍ରକ, ଆଉ ତାପରେ…
4/09/2020 at 8:01 AM

ଯାଜପୁର ୦୪।୦୯: ପରିବା ବଜାର ଉପରେ ମାଡିଗଲା ଦଶଚକିଆ ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ , ସାତ ଜଣ ଗୁରୁତର ଆହତ । ସମସ୍ତ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଆଜି ସକାଳ ସମୟରେ ଏହି ଅଘଟଣଟି ଘଟିଛି । କୁଆଖିଆ ବାରବାଟି ପରିବା ମାର୍କେଟ ଠାରେ ଏକ ଦଶଚକିଆ ଟ୍ରକ ନିୟନ୍ତଣ ହରାଇ ମାଡିଆସିଥିଲା । ପରିବା ବଜାରରେ ବସିଥିବା ବିକ୍ରେତାଙ୍କ ଉପରେ ମାଡିଯାଇଥିଲା ଟ୍ରକ । ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଗାଡିଟି କେଉଁ ଆଡୁ ଆସିଲା ଓ କିପରି ଦୁର୍ଘଟଣା ଘଟିଲା । ତାହା ଅସ୍ପଷ୍ଟ ରହିଛି , ସେହିପରି ମୃତାହତଙ୍କ ପରିଚୟ ମିଳିପାରିନାହିଁ ।