ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଡ୍ରାଇଭର ଓ ହେଲ୍ପର ଆହତ
28/02/2020 at 2:36 PM

ଜି ଉଦୟଗିରି ୨୮।୦୨: ଗଜପତି ଜିଲ୍ଲା ଜି.ଉଦୟଗିରି କଳିଙ୍ଗ ଘାଟିର ଅନ୍ଧାରକୋଟି ନିକଟରେ ଦୁର୍ଘଟଣା ଘଟିଛି । କମଳା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଟ୍ରକଟି ଦୁର୍ଘଟଣା ହେବା ଦ୍ବାରା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଟ୍ରକଟି ଓଲଟିପଡିଛି ।

ସୂଚନାଯୋଗ୍ୟ ଯେ, ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା କମଳା ବୋଝେଇ ଟ୍ରକ । କଳିଙ୍ଗ ଘାଟିରେ ଖସୁଥିବା ସମୟରେ ଅନ୍ଧାରିକୋଟି ନିକଟରେ ଗାଡିଟି ବୁଲାଣି ନେଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା କଡରେ ଥିବା ୱାଲକୁ ବାଡେଇ ହେବାରୁ ରୋଡ଼ ଉପରେ ଓଲଟି ପଡିଥିଲା । ଗାଡିଟି ଓଲଟି ପଡିବା ଦ୍ବାରା ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023