ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ,୦୫/୦୭: ଭୟଙ୍କର  ଦୁର୍ଘଟଣା । ଜୀବନ ହାରିଲେ ୩ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ । ମଙ୍ଗଳବାର ସକାଳେ ଏଠାରେ ଏକ ଟ୍ରକ୍ ଖରେ ପଶିଯିବାରୁ ୩ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ୟାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଏଏନଆଇର ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳେ ଏକ ଟ୍ରକ୍ ଦ୍ରୁତ ଗତିରେ କେଉଁ ଆଡେ ଯାଉଥିଲା । ଏହାର ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକକୁ ଏକ ଘରେ ଭର୍ତ୍ତି କରିଦେଇଥିଲେ । ଫଳରେ ଘରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାସହ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ଏହାପୂର୍ବରୁ ମଧ୍ୟ ମଣ୍ଡି ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏକ ଜିପ ଘାଟି ତଳକୁ ଖସି ଯିବା ଫଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ବିବାହ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.