ଓଲଟିଲା ଇ-କମର୍ସ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Published By : Prameya-News7 Bureau | October 03, 2022 IST

ଦାରିଙ୍ଗବାଡ଼ି ୦୩।୧୦ : ଓଲଟିଲା ଇ-କମର୍ସ ଟ୍ରକ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡଙ୍ଗେରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

{"id":691309,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଇ-କମର୍ସ କମ୍ପାନୀର ଟ୍ରକଟି ଭବାନୀପାଟଣାରୁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ଚାଳକ ସାଇଡ଼ ଦେବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା । ଯାହାଫଳରେ କି ଗାଡିରେ ଥିବା ଅନେକ ସାମଗ୍ରୀ ଏଣେତେଣେ ପଡିଥିଲା । ତେବେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

{"id":691310,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.