କଳିଙ୍ଗା ଘାଟିରେ ଦୁର୍ଘଟଣା, ଓଲଟି ପଡିଲା ଟ୍ରକ୍

Published By : Prameya-News7 Bureau | October 09, 2021 IST

ଜି ଉଦୟଗିରି, ୦୯/୧୦: କଳିଙ୍ଗା ଘାଟିରେ ଦୁର୍ଘଟଣା । ରାସ୍ତାକଡକୁ ଓଲଟି ପଡିଲା ଟ୍ରକ୍ । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ।

ସୂତନାନୁସାରେ, ଶନିବାର ସକାଳେ କଳିଙ୍ଗା ଘାଟିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି।ଟ୍ରକଟି ଘାଟିରୁ ଖସୁଥିଲା। ତେବେ ଭାରସାମ୍ୟ ହରାଇ ଏହା ରାସ୍ତା କଡରେ ଓଲଟି ପଡିଥିଲା।ଯଦ୍ୱାରା ଟ୍ରକରେ ଥିବା ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ  ଜି ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଦ୍ରୁତ ଗତିରେ ଘାଟି ଖସୁଥିବା ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି।ଟ୍ରକଟି କେଉଁ ସ୍ଥାନରୁ ଆସି କେଉଁଆଡେ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.