ଓଲଟିଲା ବରଯାତ୍ରୀ ଟ୍ରକ୍ : ଘଟଣାସ୍ଥଳରେ ୨ ମୃତ, ଟ୍ରକ୍ ତଳେ ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ

Published By : Prameya-News7 Bureau | February 16, 2021 IST

ମୋହନା ୧୬।୨: ଓଲଟିଲା ବରଯାତ୍ରୀ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରକ୍‌ଟି ରାସ୍ତା ପାର୍ଶ୍ବକୁ ଓଲଟିପଡିଛି । ଫଳରେ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଚନ୍ଦ୍ରଗିରି ଅଞ୍ଚଳରୁ ଆର୍‌. ଉଦୟଗିରି ଅଞ୍ଚଳକୁ ବରଯାତ୍ରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏବେ ବି ଏନେକ ଯାତ୍ରୀ ଟ୍ରକ୍ ତଳେ ଚାପିହୋଇ ରହିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ତେବେ ବର ସହ କେତେଜଣ ବରଯାତ୍ରୀ ଯାଉଥିଲେ ଏପର୍ଯ୍ୟନ୍ତ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ମୃତକଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି । ଘଟମାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.