ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଶୁଝି ପାରିଲେନି କିସ୍ତି, ଜୀବନ ହାରିଦେଲେ ଟ୍ରକ୍ ମାଲିକ

7/10/2022 at 9:43 AM

ତେଲକୋଇ, ୦୭/୧୦ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)।

ସୂଚନାନୁଯାୟୀ, ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ଟାଟା ଫାଇନାନ୍ସରୁ ଋଣ କରି ଏକ ୧୨ ଚକିଆ ଟ୍ରକ ଆଣି ଲୁହାପଥର ଖଣିରେ ଭଡ଼ା ଟାଣୁଥିଲେ। ପ୍ରାୟ ୬ ମାସ ହେବ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଗାଡି ଘରେ ଠିଆ ହୋଇ ରହିଥିଲା। ଫଳରେ ସେ ୪ ମାସ ହେବ ଟ୍ରକର ମାସିକିଆ କିସ୍ତି ଦେଇ ପାରିନଥିଲେ। ଫାଇନାନ୍ସ କମ୍ପାନୀର ତାଗିଦ ତାଙ୍କୁ ବିଚଳିତ କରିଥିଲା। ଗତକାଲି ବିଳମ୍ବିତ ରାତିରେ ମୁକୁନ୍ଦ ଟ୍ରକ ନିକଟରେ ଗୋଟିଏ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ତେବେ ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବହୁ ଯୁବକ ଟ୍ରକ ବେପାର କରି ଗୁଜରାଣ ମେଣ୍ଟାଉଥିବା ବେଳେ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଗାଡି ମାଲିକ। ଗାଡି ନଚାଲିବାରୁ ଫାଇନାନ୍ସ କମ୍ପାନୀକୁ କିସ୍ତି ଦେଇ ପାରୁନାହାଁନ୍ତି। ଫଳରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।

   Related Posts