କେନ୍ଦୁଝରରେ ଟ୍ରକ ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

Published By : Prameya-News7 Bureau | November 01, 2018 IST

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହେସାବେଡ଼ା  ଅଂଚଳରୁ ଜଣେ ଟ୍ରକ୍ ଡ୍ରାଇଭରଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଟ୍ରାଇଭର ହେଉଛନ୍ତି ଝାଡ଼ଖଣ୍ଡ ପଲାମୁ ଜିଲ୍ଲା ବଶୋରିଆ ଅଂଚଳର କ୍ରିଷ୍ଣା ଚୌଧୁରୀ । କ୍ରିଷ୍ଣାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହୋଇ ରକ୍ତ ସ୍ରାବ ହୋଇଥିବାବେଳେ ମୃତଦେହ ନିକଟରେ ଏକ ପଥର ପଡ଼ିରିହିଛି । ତେଣୁ ଏହା ଏକ ହତ୍ୟାକାଣ୍ଡ ଓ କେହି ଦୃର୍ବୃତ୍ତ  ପଥରରେ ଛେଚି ହତ୍ୟାକାଣ୍ଡ ଭିଆଇଥିବା  ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବଡ଼ବିଲ ଏସଡିପିଓ ପହଁଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ଅଧତ୍କ ତଦନ୍ତ ପାଇଁ ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ଼ର  ମଧ୍ୟ ସହାୟତା ନିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ଗୋଟାଏ ବେଳେ ଡ୍ରାଇଭର କ୍ରିଷ୍ଣା ଓଡି 09 ଇ 4563 ନମ୍ବର 12 ଚକିଆ ଟ୍ରକରେ ଆଇରନ୍ ଓର୍ ବୋଝେଇ କରି ନିକଟବର୍ତୀ ଖଣିରୁ ବାହାରିଥିଲେ । ତେବେ ଆଜି ସକାଳେ ହେସାବେଡ଼ା  ସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସ ପଛପଟେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିବାବେଳେ  ଟ୍ରକଟି କିଛି ଦୂରରେ ରାସ୍ତା କଡ଼ରେ ଛିଡ଼। ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ବାମେବାରୀ ପୋଲିସ ଛାନଭିନ୍ ଚଳାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.