ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
28/11/2020 at 12:19 PM

ବଡବିଲ ୨୮।୧୧: ଭାରସାମ୍ୟ ହରାଇ ୨୫ ଫୁଟ ତଳ ଖାଇକୁ ଖସିଲା ୧୪ ଚକିଆ ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଘସିପୁରା ଥାନା ରେକୁଟିଆ ଅଞ୍ଚଳର ପ୍ରକାଶ ଜେନା ।

ବଡବିଲ ଥାନା ଠାକୁରାଣୀ, ଆର୍ସଲେର ମିତ୍ତଲ ଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୩୪ ଏମ୍ ୫୨୬୫ ନମ୍ବର ୧୪ ଚକିଆ ଟ୍ରକ୍ ମିତ୍ତଲ ଖଣିରୁ ଫାଇନ୍ସ ୨୯ ଟନରୁ ଅଧିକ (ଲୁହାପଥର ଗୁଣ୍ଡ) ବୋଝେଇ କରି ଭାଇଜାଗ୍ ଉଦ୍ଦେଶ୍ୟରେ ବାହାରିଥିଲେ । ତେବେ ମାଇନ୍ସରୁ ବାହାରି ପ୍ରାୟ ଶହେ ମିଟର ଯିବାପରେ ଟ୍ରକଟି ଭାରସାମ୍ୟ ହରାଇ ଏକ କ୍ୟାବିନକୁ ଧକ୍କା ଦେବା ସହ ପ୍ରାୟ ୨୫ ମିଟର ଖାଇକୁ ଖସିପଡିଥିଲା । ଗାଡି ଭାଙ୍ଗି ଚୁରମାର ହୋଇଯିବା ସହ ଚାପିହୋଇ ଡ୍ରାଇଭରର ଶୋଚନୀୟ ମୃତ୍ୟୁ ଘଟିଥିଲା । ବଡବିଲ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023