ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଲା ଟ୍ରକ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | December 21, 2021 IST

ବାରିପଦା ୨୧।୧୨: ବାରିପଦା ସହର ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥରେ ଓଲଟିଲା ଟ୍ରକ୍। ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି। ଫଳରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର-କଲିକତା ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲୁଥିବାରୁ ରାସ୍ତାର ଅବସ୍ଥା ବିପଜ୍ଜନକ ହୋଇପଡିଛି ।

{"id":562781,"width":755,"height":415,"sizeSlug":"full","linkDestination":"none"}

ସେପଟେ ବାରମ୍ବାର ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟିଚାଲିଛି । ତେବେ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆହତ ଟ୍ରକ୍ ଡ୍ରାଇଭରକୁ ପିଆରଏମ ମେଡିକାଲ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.