ଟ୍ରକ ଚକା ତଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | December 17, 2020 IST

ଅନୁଗୋଳ୧୭/୧୨: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଧକ୍କାରେ ଡ୍ରାଇଭରଙ୍କ ମୃତ୍ୟୁ। ତାଳଚେର MCLର ବଳରାମ କୋଇଲା ଖଣି ଜିରୋ ପଏଣ୍ଟ ଠାରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଟ୍ରକ ଡ୍ରାଇଭର ସୋମ୍ୟ ରଞ୍ଜନ ବେହେରା। ସେ ଅନୁଗୋଳ ଜିଲ୍ଲା ଜରପଡା ଥାନା ଉଗୀଗାଁର ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ,  ଟ୍ରକଟି ଖରାପ ଥିଲା। ମରାମତି ପାଇଁ ଡ୍ରାଇଭର ଜଣଙ୍କ ଟ୍ରକ ତଳେ ରହି ମରାମତି କାମ କରୁଥିଲେ। ଡ୍ରାଇଭର ସିଟ୍‌ ବସିଥିବା ଅନ୍ୟଜଣଙ୍କୁ ଗାଡି ଷ୍ଟାର୍ଟ କରିବାକୁ ସେ କହିଥିଲେ। ଷ୍ଟାର୍ଟ କରିବା ବେଳେ ଅଚାନକ ଟ୍ରକଟି ଗଡ଼ି ଯାଇଥିଲା। ଯାହାଫଳରେ  ଟ୍ରକ ଚକା ତଳେ ଚାପି ହୋଇ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ କୋଲିୟାରୀ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.