ପୁଅର ଚିକିତ୍ସା ସାରି ଫେରୁଥିଲେ CRPF ଯବାନ: ଜଗି ବସିଥିଲା ଯମ, ଚାଲିଗଲା ଦୁଇ ଜୀବନ
16/02/2023 at 11:07 AM

ନୂଆପଡା ୧୬/୦୨: ଟ୍ରକ ଧକ୍କାରେ ବାପ ଓ ପୁଅ ମୃତ । ନୂଆପଡା ଫୋରୱେ କୁସଦହନା ନିକଟରେ ଘଟିଛି ଦୁର୍ଘଟଣା । ମୃତକମାନେ ହେଲେ କୋମନା ଥାନା ମିଛାପାଲି ଗାଁର କମଲ ପାଟକିନାରା ଓ ତାଙ୍କ ପୁଅ । କମଲ ମିଛାପାଲି କ୍ୟାମ୍ପରେ CRPF ଯବାନ ଥିଲେ । ପୁଅକୁ ଚିକିତ୍ସା କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଥାଉକି, ପୁଅକୁ ହସ୍ପିଟାଲରେ ଦେଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ । ହେଲେ ହଠାତ୍ ବାଗମୁଣ୍ଡା ଠାରେ ମାଡିଯାଇଥିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟମା ଘଟାଇବା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ସୁଚନା ରହିଛି ।
Related Posts
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023