ଅନୁଗୋଳରେ ଚଳନ୍ତା ଟ୍ରକ୍ରେ ଲାଗିଲା ନିଆଁ ; ଜଳିଗଲା ସମ୍ପୂର୍ଣ୍ଣ ଟ୍ରକ୍
27/10/2018 at 10:48 AM

ଅନୁଗୋଳ ୨୭|୧୦: ଅନୁଗୋଳ ୧୪୯ ନମ୍ବର ଜାତୀୟ ରାଜପଥ ଖେମଳା ନିକଟରେ ଜଳିଗଲା ଟ୍ରକ୍ । ଆଜି ସକାଳୁ ଏକ ଚଳନ୍ତା ଟ୍ରକ୍ରେ ନିଆଁ ଲାଗି ଟ୍ରକ୍ଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି ।
ସୂଚନା ଅନୁସାରେ ଅନୁଗୋଳ ଖେମଣା ନିକଟରେ ମାଲବାହି ଟ୍ରକ୍ଟି ଦ୍ରୁତ ବେଗରେ ଯାଉଥିବା ବେଳେ ହଠାତ୍ ଟାୟାରରୁ ନିଆଁ ବାହାରିଥିଲା । ଏହା ପରେ ସମ୍ପୂର୍ଣ୍ଣ ଗାଡିରେ ନିଆଁ ଲାଗିଯାଇଥିଲା । ଖବର ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଟ୍ରକ୍ଟି କେନ୍ଦୁଝରରୁ ଆଇରନ ପଥର ବୋଝେଇ ହୋଇ ଅନୁଗୋଳ ଅଭିମୁଖେ ଯାଉଥିବା ଜଣାପଡିଛି । ତେବେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023