ରାସ୍ତାରେ ଯାଉଥିଲା ଆଖୁ ବୋଝେଇ ଟ୍ରକ, ଅଧାରୁ ଅଟକାଇ ଟ୍ୟାକ୍ସ ଆଦାୟ କଲେ ହାତୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 21, 2022 IST

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଗାଡ଼ି ଯିବାଆସିବା କଲେ ସରକାର ରୋଡ୍‌ ଟ୍ୟାକ୍ସ ନିଅନ୍ତି। ହେଲେ ଏଠି ହାତୀ ଟ୍ରକ୍‌ ଚାଳକଙ୍କ ଠାରୁ ଟ୍ୟାକ୍ସ ନେଉଛନ୍ତି। ଟଙ୍କା ନୁହେଁ, ଏଠି ଟ୍ରକ୍ ଚାଳକଙ୍କୁ ଆଖୁ ଟ୍ୟାକ୍ସ ଦେବାକୁ ପଡ଼ିଛି। କଥାଟି ପଡ଼ି ଆପଣ ହୁଏତ ଦ୍ୱନ୍ଦ୍ୱରେ ପଡ଼ି ଭ୍ରୁକୁଞ୍ଚନ କରିବେଣି। ଆଉ ଦ୍ୱନ୍ଦ୍ୱରେ ପଡ଼ନ୍ତୁନି। ପ୍ରକୃତ କଥା କଣ ଆମେ ଆପଣଙ୍କୁ କହୁଛୁ।

ହାତୀକୁ ଆଖୁ କେତେ ପ୍ରିୟ ଆପଣ ଜାଣିଥିବେ ନିଶ୍ଚୟ। ଆଉ ଯଦି ଜଙ୍ଗଲି ରାସ୍ତା ଦେଇ ଆଖୁ ଟ୍ରକ୍ ଗଲା ତେବେ କଥା ସରିଲା। ହାତୀମାନଙ୍କର ଏକାଠି ହୋଇ ଆଖୁ ଚୋରି କରିବା ଆରମ୍ଭ ହୋଇଯିବ। ଠିକ୍ ଏମିତି ଏକ ଭିଡିଓ ଟ୍ୱିଟର ଶେୟାର କରିଛନ୍ତି ଭାରତୀୟ ଆଇଏଫ୍‌ଏସ୍ ଅଫିସର ପ୍ରବୀଣ କାଶ୍ୱାନ। ଭିଡିଓରେ ଏକ ଆଖୁ ବୋଝେଇ ଟ୍ରକ୍‌ ମଝି ରାସ୍ତାରେ ଅଟକି ଯାଇଛି। ଆଉ କିଛି ହାତୀ ଏକାଠି ହୋଇ ଟ୍ରକ୍‌ରୁ ଆଖୁ ଟାଣି ଖାଉଛନ୍ତି। ତେବେ ଭିଡିଓଟି କେଉଁଠିକାର ସେ ନେଇ ପ୍ରବୀଣ ଉଲ୍ଲେଖ କରି ନାହାନ୍ତି। ହେଲେ ଭିଡିଓ ଟ୍ୱିଟ୍‌ କରି ପ୍ରବୀଣ ମଜାରେ ମଜାରେ ହାତୀମାନଙ୍କ କର ଆଦାୟ କରୁଛନ୍ତି ବୋଲି ଲେଖିଛନ୍ତି।

wp:html /wp:html

ଗୁରୁବାର ଏହି ଭିଡିଓ ଟ୍ୱିଟ୍ କରାଯାଇଥିବା ବେଳେ ଏହା ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖାଯିବା ସୁଧା ଭିଡିଓକୁ ୯୩ ହଜାରୁ ଅଧିକ ଭ୍ୟୁ ମିଳିସାରିଲାଣି। ୪ ହଜାରରୁ ଅଧିକ ଲାଇକ୍ ଓ କମେଣ୍ଟ ବି ମିଳିଛି।

ଏହି ଟ୍ୱିଟ୍‌ରେ ଖୁବ୍ ମଜାଦାର କମେଣ୍ଟ ଦେଇଛନ୍ତି ୟୁଜର। ଆମେ ପ୍ରକୃତି ଠାରୁ ବହୁତ କିଛି ଆଣୁଛୁ, ତେଣୁ ତାକୁ ବି କିଛି ଦେବା ଦରକାର ପୋଲି ଜଣେ ୟୁଜର ଲେଖିଛନ୍ତି। ସେହିପରି ଅନ୍ୟ ଜଣେ ଲେଖିଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି ଯେ ଏହା ଟ୍ୟାକ୍ସ ନୁହେଁ ବରଂ ସାମଗ୍ରୀର କ୍ୱାଲିଟି ଚେକିଂ ହେଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.