Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘାଟିରୁ ୨ ଶହ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର

20/04/2023 at 11:42 AM

ଗଜପତି ୨୦।୪: ଘାଟିରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ।  ଗଜପତି ଆର୍. ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଘଟିଛି ଦୁର୍ଘଟଣା । ଗୁରୁତର ଡ୍ରାଇଭରଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରୁ ୨୦୦ଫୁଟ ତଳକୁ ଖସିଲା ୧୦ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ । ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭର ଆନ୍ଧ୍ର ପ୍ରଦେଶର ପି .ବାଲାରାଜୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆର୍. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।  ଆନ୍ଧ୍ରରୁ କାନକଟା ପ୍ରକଳ୍ପକୁ ସିମେଣ୍ଟ ନେଉଥିବା ବେଳେ ଗୁରୁବାର ସକାଳ ୮ଟା ସମୟରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆର୍. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି ।

   Related Posts