ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ

Published By : Prameya-News7 Bureau | November 26, 2021 IST

ସୋନପୁର, ୨୬|୧୧: ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ।    ସୋନପୁର ବ୍ଲକ ଛକ ଠାରେ ଏକ ଘରୋଇ ବସ ଓ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସରେ ଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, କିଙ୍ଗଫିସର୍ ନାମକ ବସଟି ଭୁବନେଶ୍ୱରରୁ ରାଇଘର ଅଭିମୁଖେ ଯାଉଥିଲା । ତେବେ ସୋନପୁରର ବ୍ଲକ ଛକରେ ଏହା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ କିଛି ଯାତ୍ରୀ ଆହତ ହୋଇଛନ୍ତି ।  ଆହତ ଯାତ୍ରୀ ମାନଙ୍କୁ ସୋନପୁର ଚିକିତ୍ସାଳୟରେ ପ୍ରଥମିକ ଚିକିତ୍ସା ପରେ ଗନ୍ତବ୍ୟସ୍ଥଳକୁ ପଠା ଯାଇଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.