ବାଲି ଗାଡି ଜାଳିଦେଲେ, ୫ ଅଟକ, ପ୍ରତିବାଦରେ ଥାନା ଘେରିଲେ ଲୋକେ

Published By : Prameya-News7 Bureau | August 23, 2020 IST

ବ୍ରହ୍ମପୁର,୨୩|୦୮: ଗଂଜାମ ଜିଲ୍ଲା ହିଂଜିଳି ଥାନା କୋଳିଦାଶପୁର ବାଲି ଘାଟରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀର୍ଘ ଦିନ ଧରି ଏଠାରୁ ବାଲି ଚାଲାଣ ହେଉଥିବା ବେଳେ କିଛି ଦୁର୍ବୃତ୍ତ ବାଲି ଗାଡି ଗୁଡିକରେ ନିଆଁ ଲଗାଇଦେଇଛନ୍ତି ।

{"id":318761,"sizeSlug":"large"}

ନିଆଁ ଲଗାଇବା ଫଳରେ ବାଲି ଗାଡି ଗୁଡିକ ପୋଡିଯାଇଛି । ଏ ନେଇ ପୋଲିସ ଶନିବାର ରାତିରେ କୋଳିଦାଶପୁର ଗାଁରେ ଚଢାଉ କରି ୫ ଜଣକୁ ଥାନାକୁ ଆଣି ପଚରାଉଚୁରା କରିଛି । ଯାହାର ପ୍ରତିବାଦରେ ଶତାଧିକ ଲୋକ ରବିବାର ଅଟକ ଥିବା ଲୋକଙ୍କୁ ଛାଡିବାକୁ ଦାବି କରିଛନ୍ତି । ଏପରିକି ସେମାନେ ହିଂଜିଳି ଥାନା ଘେରାଉ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.