ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍; ଜଣେ ମୃତ, ୩ ଅଟକ

Published By : Prameya-News7 Bureau | February 03, 2023 IST

ଭଦ୍ରକ ୦୩/୦୨: ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ପ୍ରକାଶ ସାହୁ। ସେ ଆର୍‌ ଏନ୍ ବେତଡ଼ା ପଞ୍ଚାୟତର ବିରିପଡ଼ାର ବାସନ୍ଦା। ଏପରି ଦୁର୍ଘଟଣା ଭଦ୍ରକ ଗେଲପୁର ଛକ ପାଖରେ ଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।

{"id":741284,"sizeSlug":"full","linkDestination":"none"}

ଖବର ଅନୁସାରେ, ପ୍ରକାଶ ଓ ତାଙ୍କ ସାଙ୍ଗ ପ୍ରଶାନ୍ତ ଏକ ବାଇକରେ ଭଦ୍ରକ ଯିବାବେଳେ ଏକ ଟ୍ରକ୍ ବଡ଼ ଯୋର ଆସି ତାଙ୍କ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପ୍ରକାଶ ଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ପ୍ରଶାନ୍ତ ଗୁରୁତର ହୋଇ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହାପରେ ସେଠାରେ ଲୋକମାନେ ରାସ୍ତା ଅବରୋଧ କରଥିବା ଦେଖିବାକୁ ମିଳିଛି। ପରେ ଘଟଣାସ୍ଥଳରେ ସିଟି ଡ଼ିଏସପି ଏବଂ ପୋଲିସ ଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ପୋଲିସ ୩ ଜଣକୁ ଅଟକ ରଖିଛି। ଜବତ ଟ୍ରକଟି ଆନ୍ଦ୍ରପ୍ରଦେଶର ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.