Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର

7/02/2023 at 12:49 PM

ନୟାଗଡ ୦୭/୦୨: ନୟାଗଡ ରଣପୁର ଥାନା ସାନଗଡ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଫଳରେ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ କଙ୍କିଆ ଗାଁର ରଙ୍କନାଥ ବଳିଆରସିଂ । ଗୁରୁତର ଗୌରାଙ୍ଗ ଗାଁର ରାମଚନ୍ଦ୍ର ରଥଙ୍କୁ ଭୂବନେଶ୍ବର ସ୍ଥାନାନ୍ତର ।

ସୂଚନା ଥାଉକି, ମଧୁବାସନ୍ତି ଗଣନାଟ୍ୟର ଟ୍ରକଟି ନୟାଗଡ ପଟୁ ରଣପୁର ଅଭିମୁଖେ ଯାଉଥିବା ସମୟରେ ସାନଗଡ ଛକରେ ଟିଭିଏସ୍ ଗାଡିକୁ ଧକ୍କା ଦେଇଥିଲା । ଟ୍ରକର ଚକା ରଙ୍କନାଥଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣା ଘଟାଇ ଟ୍ରକ୍ ପଳାଯାଉଥିବାବେଳେ ସ୍ଥାନୀୟ ଲୋକମାନେ ପିଛାକରି ଟ୍ରକ୍ ଏବଂ ଡ୍ରାଇଭରକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ।

   Related Posts