ଅସାବଧାନତାରୁ ଟ୍ରକ୍‌ ତଳେ ପଶିଗଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ

Published By : Prameya-News7 Bureau | October 06, 2022 IST

ସୋର, ୦୬/୧୦: ସିମୁଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଅନ୍ୟ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଗ୍ରାମର ପ୍ରମିଳା ବେହେରା ଏକ ସ୍କୁଟିରେ ଅନ୍ୟ ଜଣେ ମହିଳାଙ୍କୁ ବସାଇ ଅନନ୍ତପୁର ଡାକ୍ତରଖାନାରୁ ଫେରୁଥିଲେ । ଏହି ସମୟରେ ସିମୁଳିଆ ଛକ ନିକଟରେ ବିପରୀତ ଦିଗରୁ ଏକ ଟ୍ରକ ଆସୁଥିବା ବେଳେ ଅସାଵଧାନତା ଯୋଗୁଁ ସ୍କୁଟିଟି ଟ୍ରକ ତଳେ ପଶି ଯାଇଥିଲା । ଫଳରେ ଜଣେ ମହିଳା ନୟନ ଜୋରିକୁ ଛିଟିକି ପଡିଥିବା ବେଳେ ଅନ୍ୟଜଣେ ଟ୍ରକ୍‌ ଚକା ତଳେ ପଶିଯାଇଥିଲେ । ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ମୃତ ମହିଳା ସିମୁଳିଆ ଗାଁର ପ୍ରମିଳା ବେହେରା ହୋଇଥିବା ବେଳେ ବର୍ତ୍ତି ଯାଇଥିବା ମହିଳା ସେହି ଗାଁର ତପସ୍ୱିନୀ ଶଙ୍ଖୁଆ ବୋଲି ଜଣାପଡ଼ିଛି l ଉଭୟ ଅନନ୍ତ ପୁର ଡାକ୍ତରଖାନାରୁ ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସ୍ଥଳରେ ଅନନ୍ତପୁର ବିଟ୍‌ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.