୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ
14/09/2022 at 3:32 PM

ଖୋର୍ଦ୍ଧା, ୧୪/୦୯: ଖୋର୍ଦ୍ଧା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତୋଟାପଡା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତକ ଲହଙ୍ଗା ଗାଁର ନବ କିଶୋର ନାୟକ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ନବ କିଶୋର ଖୋର୍ଦ୍ଧାରୁ କୁରାଢମଲ୍ଲ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ମୃତଦେହକୁ ଜବତ କରି ଖୋର୍ଦ୍ଧା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
Related Posts
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023