ଟ୍ରକ୍ ଧକ୍କାରେ ଝିଆରୀ ମୃତ, ବାପା ଝିଅ ଗୁରୁତର, ଉତ୍ୟକ୍ତ ଲୋକେ ଟ୍ରକକୁ ପୋଡ଼ିଦେଲେ

Published By : Prameya-News7 Bureau | October 15, 2018 IST

ବଡ଼ବିଲ;୧୫/୧୦- ଟ୍ରକ ଧକ୍କାରେ ଝିଆରୀ ମୃତ, ବାପ ଝିଅ ଗୁରୁତର । ଯୋଡ଼। ଥାନା ସିଆଳିଯୋଡ଼।- ଗୋବର୍ଦ୍ଧନପୁର ରାସ୍ତାର ଦେଓଝର ରେଲ୍ଓ୍ଵେ ସାଇଡିଂ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଟ୍ରକକୁ ପୋଡିଦେଇଛନ୍ତି । ମୃତକ ହେଉଛି ନିକଟବର୍ତ୍ତି ଗୋବର୍ଦ୍ଧନପୁର ଗ୍ରାମର ୧୩ ବର୍ଷିୟା ସାଗରିକା ମହାକୁଡ଼ । ଆଜି ସନ୍ଧ୍ୟାରେ ବିଜୟ ମହାକୁଡ଼ ନାମକ ଜଣେ ବ୍ୟକ୍ତି ନିଜର ୧୧ ବର୍ଷିୟା ଝିଅ ବିଦୁସ୍ମିତା ଓ ୧୪ ବର୍ଷିୟା ଝିଆରୀ ସାଗରିକାକୁ ନେଇ ବାଇକ୍ରେ ଆସୁଥିବା ସମୟରେ ଓଡି ୯ ଜି ୧୬୭୩ ନମ୍ବର ଥିବା ଏକ ୧୨ ଚକିଆ ଟ୍ରକ ପଛପଟୁ ଧକ୍କା ଦେଇ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ସାଗରିକାର ମୃତ୍ୟୁ ହୋଇଥିବ ବେଳେ, ବିଜୟ ଓ ବିଦୁସ୍ମିତା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ  ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଦୁର୍ଘଟଣା ଘଟାଇଥିବା  ଟ୍ରକ ଡ୍ରାଇଭରକୁ ଯୋଡ଼। ପୋଲିସ ଅଟକ ରଖିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଯୋଡ଼। ପୋଲିସ ଓ ବଡ଼ବିଲ ତହସିଲଦାର ପହଁଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଏହି ରାସ୍ତା ଦେଇ ଜିନ୍ଦଲ କମ୍ପାନୀକୁ ପରିବହନ କରାଯାଉଥିବା  ବେଳେ, ବେପରୁଆ ଡ୍ରାଇଭରଙ୍କ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି, ଫଳରେ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.