ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | September 25, 2022 IST

ନିମବାହାଳି/କଣ୍ଟାବଣିଆ, ୨୫।୯: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଛକରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ଗଁଦିଆ ଥାନା ବନବାସପୁରର ସୁବାଷ ଚନ୍ଦ୍ର ନନ୍ଦଙ୍କ ପତ୍ନୀ ମନୋରମା ମିଶ୍ର ବୋଲି ଜଣାପଡିଛି । ସେ ବଅଁରପାଳ ଅଞ୍ଚଳରୁ ଧଳପୁର ଅଭିମୁଖେ ଯାଉଥିବା ବେଳେ ପଛ ପଟରୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ମନୋରମାଙ୍କ ମୃତ୍ୟୁ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଆହାତଙ୍କୁ ମେଡିକାଲ ପଠାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.