କଲେଜ୍‌ରୁ ଫେରୁଥିବା ବେଳେ ୨ ଛାତ୍ରୀଙ୍କୁ ସାମ୍ନାରୁ ଧକ୍କାଦେଲା ଟ୍ରକ୍‌, ଜଣେ ମୃତ, ଅନ୍ୟଜଣେ ଗୁରୁତର

Published By : Prameya-News7 Bureau | November 17, 2022 IST

ନୂଆପଡା, ୧୭/୧୧: ନୂଆପଡ଼ା ସିନାପାଲି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘିଟିଛି । ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ସିନାପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ସିନାପାଲି ଥାନା ଗୋର୍ଲ୍ଲା ଗ୍ରାମର ବେଦମତି ମାଝୀ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସିନାପାଲି ଓମେନ୍ସ କଲେଜରୁ ଦୁଇଜଣ ସାଙ୍ଗ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଚଟିଆଗୁଡା ପାଖରେ ସାମ୍ନାରୁ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । କିଛି ଦୂର ଗଲା ପରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର୍‌ ହୋଇଯାଇଥିଲା । କ୍ଷତିପୂରଣ ଦାବିରେ ଫୋରୱେ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.