କେସିଆରଙ୍କ ତେଲଙ୍ଗାନା ରାଷ୍ଟ୍ର ସମତି ହେଲା ଭାରତ ରାଷ୍ଟ୍ର ସମିତି, ନୂଆ ନାମକୁ ନିର୍ବାଚନ ଆୟୋଗଙ୍କ ମୋହର
9/12/2022 at 8:44 AM

ନୂଆଦିଲ୍ଲୀ, ୯/୧୨: ରାଜନୈତିକ ଦଳ ତେଲଙ୍ଗାନା ରାଷ୍ଟ୍ର ସମତି(ଟିଆରଏସ୍) ଏବେ ଭାରତ ରାଷ୍ଟ୍ର ସମିତି ନାମରେ ଚିହ୍ନିତ ହେବ। ନିର୍ବାଚନ ଆୟୋଗ ଟିଆରଏସର ନାମ ତେଲଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତି କରିବାକୁ ସ୍ବୀକାର କରିଛନ୍ତି। ନିର୍ବାଚନ ଆୟୋଗ ଟିଆରଏସ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସୂଚିତ କରିଛନ୍ତି।
ସୂଚନାଯୋଗ୍ୟ, ଟିଆରଏସ ଅକ୍ଟୋବର ୫ ତାରିଖରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦଳର ନାଁ ପରିବର୍ତ୍ତନ କରି ବିଆରଏସ କରିବାକୁ ଅନୁରୋଧ କରିଥିଲେ। ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଦଳ ଏହି ନାମ ପରିବର୍ତ୍ତନ କରିଛି। ଏହି ସମ୍ବନ୍ଧରେ ଆବଶ୍ୟକୀୟ ଅଧିସୂଚନା ଇସି ଯଥା ସମୟରେ ଜାରି କରିବେ। ୭ ନଭେମ୍ବରରେ ଟିଆରଏସ ନାମ ବିଆରଏସ କରିବାକୁ ନେଇ ଏକ ସାର୍ବଜନିକ ନୋଟିସ ଜାରି କରିଥିଲା।
କେସିଆର ଶୁକ୍ରବାର ଅର୍ଥାତ୍ ୯ ଡିସେମ୍ବର ହାଇଦ୍ରାବାଦର ତେଲଙ୍ଗାନା ଭବନରେ ଦଳୀୟ ସଦସ୍ୟଙ୍କ ଏକ ବୈଠକ ଡକାଇଛନ୍ତି। ଯେଉଁଠାରେ ସେ ଦଳ ନାମ ପରିବର୍ତ୍ତନ ପତ୍ରରେ ହସ୍ତାକ୍ଷର କରିବେ। ଦଳର ଜିଲ୍ଲା ଅଧ୍ୟକ୍ଷ, ମନ୍ତ୍ରୀ, ସାଂସଦ, ବିଧାୟକ, ଏମଏଲସି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବିଭିନ୍ନ ନିଗମ ଏବଂ ଅନ୍ୟ ନେତାଙ୍କୁ ପାର୍ଟୀ ମୁଖ୍ୟାଳୟରେ କାର୍ଯ୍ୟକ୍ରମରେ ଭାଗ ନେବେ।