oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ପାକିସ୍ତାନୀଙ୍କ କାର୍ଯ୍ୟକଳାପ ପାଇଁ ବିଶ୍ୱରେ ନିନ୍ଦିତ ହେଉଛି ପାକିସ୍ତାନ; ବନ୍ଧୁ ରାଷ୍ଟ୍ର ତୁର୍କି ଲଗାଇଲା କଡ଼ା କଟକଣା

29/04/2022 at 7:44 PM

ନୂଆଦିଲ୍ଲୀ: ସାରା ବିଶ୍ୱରେ ପାକିସ୍ତାନରେ ପରିଚୟ ଯେ କେମିତି ତାହା ସମସ୍ତଙ୍କୁ ଜଣା। ବିଦେଶ ବିମାନବନ୍ଦରରେ ପାକିସ୍ତାନୀଙ୍କୁ କଡ଼ା ଚେକିଂ ତାଙ୍କ ପାଇଁ ଅନ୍ୟାନ୍ୟ କଟକଣା ଆଦି ରହିଛି। ଏବେ ପାକିସ୍ତାନର ବନ୍ଧୁ ରାଷ୍ଟ୍ର କୁହାଯାଉଥିବା ତୁର୍କି ମଧ୍ୟ ପାକିସ୍ତାନ ଲୋକଙ୍କୁ ଆଉ ପସନ୍ଦ କରୁ ନାହିଁ। ଏଥିପାଇଁ ପାକିସ୍ତାନୀ ନାଗରିକଙ୍କ ପାଇଁ କଡ଼ା ନିୟମ କରିଛି ତୁର୍କି।

କାରଣ ପାକିସ୍ତାନ ନାଗରିକମାନେ ତୁର୍କିରେ ଯେଉଁ ଅପରାଧ ଘଟାଉଛନ୍ତି ସେଥିରେ ଅତୀଷ୍ଟ ହୋଇଯାଇଛନ୍ତି ସେଠାକାର ସରକାର। ଏଥିପାଇଁ ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ପଲିସି କଡ଼ା କରାଯାଇଛି। ୪ ଜଣ ନେପାଳୀ ଲୋକଙ୍କ ଅପହରଣ ମାମଲାରେ କିଛି ପାକିସ୍ତାନୀ ନାଗରିକଙ୍କ ସମ୍ପୃକ୍ତି ବାହାରିବା ପରେ ତୁର୍କି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ପାକିସ୍ତାନୀ ନାଗରିକଙ୍କ ପାଇଁ ଅସ୍ଥାୟୀ ଗୃହ ଯୋଗାଇବା ସୁବିଧାକୁ ମଧ୍ୟ ବନ୍ଦ କରିଦିଆଯାଇଛି।  

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପାକିସ୍ତାନ ନାଗରିକ ବନ୍ଧୁକର ଭୟ ଦେଖାଇ ୪ ଜଣ ନେପାଳିଙ୍କୁ ଇସ୍ତାନବୁଲ୍‌ରୁ ଅପହରଣ କରି ନେଇ ୧୦ ହଜାର ୟୁରୋ ମାଗୁଥିଲା। ୟୁରୋ ନଦେଲେ ଛାଡ଼ିବ ନାହିଁ ବୋଲି ଧମକ ଦେଉଥିଲେ। ଏହି ଅପହରଣକାରୀମାନଙ୍କର ବୟସ ପାଖାପାଖି ୧୬-୩୫ ଭିତରେ ହେବ ବୋଲି ତୁର୍କି ପୁଲିସ କହିଛି। ସେମାନଙ୍କ ବିରୋଧରେ, ଅପହରଣ ବନ୍ଧୁକ ନିୟମ ଉଲ୍ଲଂଘନ ଆଦି ଅଭିଯୋଗ ଲଗାଯାଇଛି।

ତେବେ ଅପହୃତ ନେପାଳିମାନେ ତକସିମ୍ ସ୍କୋୟାରରେ ଚାଲୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ସେହିପରି ଗତବର୍ଷ ମଧ୍ୟ ପାକିସ୍ତାନର ଏକ ଅପରାଧି ଗ୍ରୁପ୍‌ ଇସ୍ତାନବୁଲରୁ ନିଜ ଦେଶର ନାଗରିକଙ୍କୁ ଅପହରଣ କରି ୫୦ ହଜାର ମାଗିଥିଲେ।

ସୂଚନା ଥାଉକି, ତୁର୍କିରେ ଅଙ୍କାରା ଏବଂ ଅନ୍ୟ ବଡ଼ ବଡ଼ ସହରମାନଙ୍କରେ ପାକିସ୍ତାନର ନାଗରିକମାନେ ରହି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ତା ଛଡ଼ା ପ୍ରତି ମାସ ଶହ ଶହ ପାକିସ୍ତାନୀ ପର୍ଯ୍ୟଟକ ଭ୍ରମଣ ପାଇଁ ତୁର୍କି ଯାଉଛନ୍ତି। ଆଉ ତୁର୍କିରେ ରହି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ତୁର୍କି ସରକାର ପାକିସ୍ତାନ ନାଗରିକଙ୍କ ପାଇଁ କଡ଼ା ନିୟମ କରିଛନ୍ତି।

ଏହା ପୂର୍ବରୁ ପାକିସ୍ତାନରେ ଇମ୍ରାନ ଖାନ ସରକାରକୁ ଗାଦିଚ୍ୟୁତ କରିବା ପ୍ରତିବାଦରେ କିଛି ପାକିସ୍ତାନୀ ତୁର୍କିରେ ହଙ୍ଗାମା କରିଥିଲେ। ଏହାପରେ ସେଠାକାର ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ପାକିସ୍ତାନୀ ନାଗରିକଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ତୁର୍କିରେ ରହୁଥିବା ପାକିସ୍ତାନୀ ନାଗରିକ। ଏଭଳି କାର୍ଯ୍ୟକଳାପ ପାଇଁ ଦେଶର ଛବି ଖରାପ ହେଉଛି ବୋଲି ସେମାନେ କହିଛନ୍ତି।

   Related Posts