ପାକିସ୍ତାନରୁ ଫେରିବା ପରେ ବଢ଼ିଲା ଅଞ୍ଜୁଙ୍କ ଅଡ଼ୁଆ, ପଚରା ଉଚରା କରୁଛି ପୋଲିସ୍‌, କହିଲେ- ନିଜ ଇଚ୍ଛାରେ...

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ପୁଣି ଭାରତ ଫେରିଛନ୍ତି । ହେଲେ ଏବେ ତାଙ୍କ ପାଇଁ ଅଡ଼ୁଆ ବଢ଼ୁଛି। କାରଣ ପୂର୍ବରୁ ଅଞ୍ଜୁଙ୍କ ପ୍ରଥମ ସ୍ବାମୀ ଅରବିନ୍ଦ ତାଙ୍କୁ ଘରେ ପ୍ରବେଶ ପାଇଁ ମନା କରିଦେଇଥିବାବେଳେ, ଏବେ ତାଙ୍କୁ ପୋଲିସ ଏବଂ ଯାଞ୍ଚ ଏଜେନ୍ସୀର ସାମ୍ନା କରିବାକୁ ପଡ଼ୁଛି।

ପ୍ରକୃତରେ ତାଙ୍କ ବିରୋଧରେ ପ୍ରଥମ ସ୍ବାମୀ ଅରବିନ୍ଦ ପୋଲିସ୍‌ରେ ଅଭିଯୋଗ ରୁଜୁ କରିଛନ୍ତି। ଏହି କାରଣରୁ ରାଜସ୍ଥାନର ଭିଓ୍ବାଡୀରୁ ପୋଲିସ୍‌ ପଚରାଉଚରା କରିବା ପାଇଁ ଅଞ୍ଜୁ ନିକଟରେ ପହଞ୍ଚିଛନ୍ତି । ପୋଲିସ ପଚରା ଉଚରାରେ ଅଞ୍ଜୁଙ୍କୁ ୧୨ଟି ପ୍ରଶ୍ନ ପଚାରିଥିଲା। ଯେଉଁଥିରେ ଅଞ୍ଜୁ କହିଛନ୍ତି ଯେ, ସେ ପାକିସ୍ତାନ କାହା କହିବାରେ ଯାଇନଥିଲେ ବରଂ ନିଜ ଇଚ୍ଛାରେ ଯାଇଥିଲେ। ପଚରା ଉଚରାରେ ଅଞ୍ଜୁ ଇସାଇ ଧର୍ମକୁ ମାନୁଥିବା ଏବଂ ଏଥିପାଇଁ ହିନ୍ଦୁ ଧର୍ମ ଛାଡ଼ିଥିବା କହିଛନ୍ତି। ପୋଲିସ ଅଞ୍ଜୁଙ୍କ ବୟାନ ରେକର୍ଡ କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରୁ ଫେରିବା ପରେ ବଦଳିଲା ଅଞ୍ଜୁଙ୍କ ହାବଭାବ, କହିଲେ-ଫେରିବାର କାରଣ..

ରିପୋର୍ଟ ଅନୁଯାୟୀ, ଭିଓ୍ବାଡି ଏସପି କହିଛନ୍ତି ଯେ, ଯେତେବେଳେ ଅଞ୍ଜୁ ପାକିସ୍ତାନ ଯାଇଥିଲେ, ସେବେଠାରୁ ଅରବିନ୍ଦ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ଏହି କାରଣରୁ ଅଞ୍ଜୁ ଭାରତ ଫେରିବା ପରେ ଏକ ପୋଲିସ୍‌ ଟିମ୍‌ ତାଙ୍କୁ ପଚରାଉଚରା କରିବା ପାଇଁ ପଠଯାଇଛି। ଏହି ଟିମ୍‌ ତାଙ୍କୁ ପଚରାଉଚରା କରିଛି।

ସୂଚନାଥାଉକି କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ମାଧ୍ୟମରେ ଅଞ୍ଜୁ ପାକିସ୍ତାନର ନସରୁଲ୍ଲାହଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପରେ ଅଞ୍ଜୁ ଲୁଚି ଛପି ପାକିସ୍ତାନ ଚାଲିଯାଇଥିଲେ ଏବଂ ସେଠାରେ ନସରୁଲ୍ଲାହଙ୍କୁ ବିବାହ କରିଥିଳେ। ଅଞ୍ଜୁ ନିଜ ଧର୍ମ ମଧ୍ୟ ଇସାଇକୁ ପରିବର୍ତ୍ତିତ କରିଥିଲେ। ଅବଶ୍ୟ ଏବେ ପୋଲିସ ପଚରାଉଚରାରେ ସେ ଇସାଇ ଧର୍ମ ମାନୁଥିବା କଥା କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ପାକ୍‌ ସୀମାରେ ପ୍ରେମର ବିଜୟ, ସୀମା ଡେଇଁଲେ ‘ପ୍ରେମ’ରେ ହସିଛନ୍ତି ଏମାନେ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.