ଫିଲିପାଇନ୍ସରେ ସାମୁଦ୍ରିକ ବାତ୍ୟା ‘ନଲଗେ’ର ତାଣ୍ଡବ, ୩୧ ମୃତ, ଶତାଧିକ ଆହତ

Published By : Prameya-News7 Bureau | October 28, 2022 IST

ମେଗୁଇଣ୍ଡାନାଓ ୨୮।୧୦: ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ନଲଗେ’ ଫିଲପାଇନ୍ସ ଦକ୍ଷିଣ ପ୍ରାନ୍ତରେ ତାଣ୍ଡବ ରଚିଛି। ଲଘୁଚାପ ପ୍ରଭାବରେ ରାତି ତମାମ ବର୍ଷା ଯୋଗୁ ବନ୍ୟା ଓ ଭୂ-ସ୍ଖଳନରେ ଅନୁନ୍ୟ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୯ ଜଣ ନିଖୋଜ ଅଛନ୍ତି। ବାତ୍ୟାର ପ୍ରକୋପ କମିଥିଲେ ମଧ୍ୟ ବର୍ଷା ଥମିନଥିବାରୁ ବହୁ ସଂଖ୍ୟାରେ ଲୋକ ସେମାନଙ୍କ ଘରେ ଫଶି ରହିଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି।

ଗୁରିଲା ଯୋଦ୍ଧାଙ୍କ ଦ୍ୱାରା ଶାସିତ ୫ ମୁସ୍ଲିମ ସ୍ୱାୟତ ପ୍ରାନ୍ତର ଗୃହମନ୍ତ୍ରୀ ନଗୁଇବ ସିନାରିମ୍ବୋ ମେଗୁଇଣ୍ଡାନାଓ ପ୍ରାନ୍ତର ୩ ପ୍ରମୁଖ ସହର ପ୍ରାକୃତିକ ବିପର୍ଯ୍ୟୟରେ ଗୁରୁତର ପ୍ରଭାବିତ ହୋଇଥିବା କହିଛନ୍ତି। ଏହି ସବୁ ସ୍ଥାନମାନଙ୍କରେ ଅଧିକ ସଂଖ୍ୟକ ଲୋକେ ବନ୍ୟାରେ ଭାସି ଯାଇ ଓ ଘରଭୂଷୁଡି ମୃତ୍ୟୁମୁଖରେ ପଡଥିବା ସିନାରିମ୍ବୋ କହିଛନ୍ତି। ରାତିତମାମ ବର୍ଷା ଲାଗି ରହିବା ଯୋଗୁ ପାହାଡରୁ ପାଣି ଗଡି ନଦୀରେ ମିଶିବା ଯୋଗୁ ଭୀଷଣ ବନ୍ୟା ଆସିଛି।

{"id":701695,"width":842,"height":561,"sizeSlug":"full","linkDestination":"none"}

ତେବେ ମୃତାହତଙ୍କ ସଂଖ୍ୟା ବଢିବନି ବୋଲି ଗୃହମନ୍ତ୍ରୀ ଆଶାପୋଷଣ କରିଥିବା ବେଳେ ଏବେବି ଅନେକ ଅଞ୍ଚଳ ରିଲିଫ ଓ ଉଦ୍ଧାରକାରୀଙ୍କ ଲାଗି ଅପହଞ୍ଚ ଥିବା କହିଛନ୍ତି। ଶୁକ୍ରବାର ସକାଳୁ ବର୍ଷାର ପ୍ରକୋପ କମିଛି ଫଳରେ ନଦୀରେ ବଢିଥିବା ଜଳସ୍ତର ମଧ୍ୟ ହ୍ରାସ ହୋଇଛି। ପାଣି ଛାଡିବା ପରେ ବାସ୍ତବିକ କ୍ଷୟକ୍ଷତି ଆକଳନ କରାଯାଇ ପାରିବ ବୋଲି ସିନାରିମ୍ବୋ କହିଛନ୍ତି।

ତେବେ ମେୟର, ଗଭର୍ଣ୍ଣର ଓ ବିପର୍ଯ୍ୟୟ ପ୍ରସମନ ଅଧିକାରୀଙ୍କ ସୂତ୍ରରୁ ଆସୁଥିବା ସୂଚନାରେ ପଡୋଶୀ ଉପକୂଳ ସହର ଦାତୁ ଓଡିନ ସିନସୁଆଟ ଓ ଦାତୁ ବ୍ଲାହ ସିନସୁଆଟରେ ସର୍ବାଧିକ ୨୬ ଜଣ ଲୋକେ ପାଣିରେ ବୁଡି ଭୂ-ସ୍ଖଳନ ଓ ଅନ୍ୟ କାରଣରୁ ପ୍ରାଣ ହରାଇଥିବାର ସିନାରିମ୍ବୋ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.