ଅଭାବନୀୟ ଘଟଣା, ମେଡିକାଲକୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ

Published By : Prameya-News7 Bureau | October 27, 2022 IST

ଚଣ୍ଡିଖୋଲ ୨୭/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଅଧୀନ ଖଇରା ହାଟସାହିରେ ଏକ ଅଭାବନୀୟ ଘଟଣା ।

ସୂଚନା ମୁତାବକ ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଖଇରା ହାଟସାହିର ରାମ ପିଙ୍ଗୁଆ ଓ ସ୍ତ୍ରୀ ଟିକିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି ସ୍ତ୍ରୀ ଟିକି ବିଷପିଇ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ତାଙ୍କୁ ଡାକ୍ତରଖାନା ନେବା ଜରୁରୀ ହୋଇ ପଡିଥିଲା ।

ରାମ ଜଣେ ଦିନ ମଜୂରିଆ ଥିବାରୁ ପାଖରେ ନଥିଲା ଅର୍ଥ । ଏପରିକି ମୋବାଇଲ ବି ନଥିଲା ଆମ୍ୱୁଲାନ୍ସ ଡାକିବାକୁ । ଶେଷରେ ଅନ୍ୟ ଉପାୟ ନପାଇ ରାମ ପଡୋଶୀଙ୍କ ଠାରୁ ଟ୍ରଲି ମାଗି ଆଣି ସ୍ତ୍ରୀକୁ ଟ୍ରଲିରେ ପକାଇ ହସ୍ପିଟାଲ ନେଇଥିଲା ରାମ । ସ୍ତ୍ରୀ ସହ ନିଜର ତିନି ପିଲାଙ୍କୁ ବସାଇ ବଡ଼ଚଣା ଡାକ୍ତର ଖାନା ନେଇଥିଲା । ଏବେ ରାମର ସ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେବେ ବାଟରେ ଟ୍ରଲିରେ ହସ୍ପିଟାଲ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.