suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର

17/08/2022 at 9:33 AM

ଜଳେଶ୍ୱର ୧୭/୦୮: ରାସ୍ତା କଡରେ ଛିଡା ହୋଇ ଚକ ବଦଳ କରୁଥିବା ଏକ ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ । ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ । ଏହାସହ ୪ରୁ ଅଧିକ ଗୁରୁତର । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଂଚଳରୁ ତୀର୍ଥଯାତ୍ରୀ ବସ ଯାତ୍ରୀ ନେଇ ପୁରୀ ଆସୁଥିଲା ।

ଏହି ସମୟରେ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନ ଜାତୀୟ ରାଜପଥ କୋଟିପୋଲ ନିକଟରେ ବସଟିର ଚକ ପମ୍ପଚର ହୋଇ ଯିବାରୁ ଡ୍ରାଇଭର ଗାଡ଼ିଟିକୁ ରାସ୍ତା କଡର ସାଇଡ୍ କରି ଚକା ବଦଳ କରୁଥିଲା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ ସମ୍ମୁଖରେ ଛିଡା ହୋଇଥିବା ତୀର୍ଥ ଯାତ୍ରୀମାନଙ୍କ ଉପରେ ବସଟି ଚଢି ଯାଇଥିଲା ।

ଘଟଣାସ୍ଥଳରେ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଡ୍ରାଇଭର ସମେତ ୪ରୁ ଅଧିକ ଯାତ୍ରୀ ଗୁରୁତ୍ୱର ହୋଇଛନ୍ତି । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିଲା ବେଳେ ବସ ଓ ଟ୍ରକକୁ ଅଟକ ରଖି ତଦନ୍ତ ଜାରୀ ରଖିଛି । ମୃତ ମହିଳା ତୀର୍ଥ ଯାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ୟାମପୁର ଥାନା ଆଈମା ଗୋବର୍ଦ୍ଧନ ଅଂଚଳର ୫୫ବର୍ଷର ମମତା ଢ଼ିଙ୍କି ।

   Related Posts