scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରେ ଜମି ରହୁଛି ବର୍ଷା ଜଳ, ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ : ତ୍ରିଶୁଳିଆ ଛକରେ ରାସ୍ତାରୋକ କଲେ ଗ୍ରାମବାସୀ

19/09/2021 at 2:41 PM

ବାରଙ୍ଗ, ୧୯।୦୯ :  ବାରଙ୍ଗ ତ୍ରିଶୁଳିଆ ଛକ ରେ ରାସ୍ତା ରୋକ । ଫଳରେ କଟକ- ଭୁବନେଶ୍ବର ଓ ବାଙ୍କୀ- ବାରଙ୍ଗ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସ୍ଥିତି ଅଣାୟତ ରହିଛି ।  

ସୂଚନା ଅନୁସାରେ, ଲଗାଣ ବର୍ଷାରେ ଗତ ସପ୍ତାହ ହେଲା  ତ୍ରିଶୁଳିଆ ଗାଁରେ ବର୍ଷା ଜଳ ଜମା ହୋଇ ରହିଛି ।  ଯାହା ଫଳରେ ଲୋକଙ୍କ ଘର ଦ୍ବାରରେ ଦୀର୍ଘ ସମୟ ଧରି ବର୍ଷା ଜଳ ଜମି ରହୁଛି।  ଲୋକେ ନାନା ପ୍ରକାର ସମସ୍ୟା ଭୋଗୁଥିବାରୁ ଗତ ତିନି ଦିନ ତଳେ ଏ ବାବଦରେ ବାରଙ୍ଗ ତହସିଲଦାର ଅଫିସ ଘେରାଉ କରିଥିଲେ । ଖୁବଶୀଘ୍ର ସମାଧାନ କରାଯିବା ନେଇ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଯାଏଁ କୌଣିସ ପଦକ୍ଷେପ ନିଆଯାଇନଥିଲା ।

ତେବେ ରବିବାର ଶତାଧିକ ଗ୍ରାମବାସୀ ତ୍ରିଶୁଳିଆ ଛକରେ, ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ପାଇଁ ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

   Related Posts