କପିଲଙ୍କୁ ‘I LOVE YOU’ କହିଲେ ତ୍ରିଷା, କମେଡି କିଙ୍ଗଙ୍କ ରିପ୍ଲାଏ- ମୋତେ ଏମିତି କୁହନି..ମୁଁ ପଛେ ପଛେ ଆସିଯିବ…

Published By : Prameya-News7 Bureau | September 27, 2022 IST

ମୁମ୍ବାଇ ୨୭।୦୯ : ଚର୍ଚ୍ଚାରେ ପୁଣି ଦ କପିଲ ଶର୍ମା ସୋ । ସୋରେ କପିଲ ଶର୍ମାଙ୍କୁ ଆଇ ଲଭ ୟୁ କହିଲେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣାନ । ଯାହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୋନି ଚ୍ୟାନେଲ୍‌ ପକ୍ଷରୁ ଏହି ଭିଡିଓ ନିଜ ଅଫିସିଆଲ୍‌ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରାଯାଇଥିଲା ।

ମଣିରତନ୍ମଙ୍କ ଆଗାମୀ ଫିଲ୍ମ PS-1ର ପ୍ରମୋସନ ପାଇଁ ସମସ୍ତ ଷ୍ଟାରକାଷ୍ଟ ଦ କପିଲ ଶର୍ମା ସୋକୁ ଆସିଥିଲେ । ଏଥିରେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣାନ, ଅଭିନେତା ବିକ୍ରମ, ଐଶର୍ଯ୍ୟା ଲକ୍ଷ୍ମୀ, କାର୍ତ୍ତି, ଜୟମ ରବି ଏବଂ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌ ରେହେମାନ୍ ଆସିଥିଲେ । ସୋ ସମସ୍ତ ଷ୍ଟାରକାଷ୍ଟ ଖୁବ୍‌ ମଜା କରିଥିଲେ । ଏହି ସମୟରେ କପିଲଙ୍କ ଗୋଟେ ପ୍ରଶ୍ନର ଉତ୍ତର ଦେଇ ତ୍ରିଷା କହିଥିଲେ କି, ଆଇ ଲକ୍ଷ ୟୁ କପିଲ, ଆପଣ ମତେ ଏପରି ପ୍ରଶଂସା କରିଥିବାରୁ, କିନ୍ତୁ କପିଲ ଏହାର ମଜାଲିଆ ରିପ୍ଲାଏ ଦେଇଥିଲେ । କମେଡି କିଙ୍ଗ କହିଥିଲେ କି, ମୋତେ ଏପରି ଆଇ ଲଭ ୟୁ କୁହନି, ତମେ ଜାଣିନ ଏହାପରେ ମୁଁ ତୁମ ପଛେ ପଛେ ଆସିଯିବି । ଯାହାକୁ ନେଇ  PS-1ର ସମସ୍ତ ଷ୍ଟାରକାଷ୍ଟମାନେ ଖୁବ୍‌ ହସିଥିଲେ ।

ସୂଚନାଯୋଗ୍ୟ ଯେ,  ୫୦୦ କୋଟି ବଜେଟ୍‌ରେ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ଫିଲ୍ମ PS-1 । ଏହି ଫିଲ୍ମକୁ ମଣିରତନ୍ମଙ୍କ ନିର୍ଦ୍ଦେଶନା ଭାର ସମ୍ଭାଳୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌ ରେହେମାନ୍ । ଫିଲ୍ମଟି ଐତିହାସିକ କାହାଣୀ ଉପରେ ଆଧାରିତ । ଫିଲ୍ମରେ ଅଭିନେତା ବିକ୍ରମ, ଐଶର୍ଯ୍ୟାରାୟ ବଚ୍ଚନ, ତ୍ରିଷା କ୍ରିଷ୍ଣାନ, ଐଶର୍ଯ୍ୟା ଲକ୍ଷ୍ମୀ, କାର୍ତ୍ତି, ଜୟମ ରବି, ବିକ୍ରମ ପ୍ରଭୁ, ଶୋଭିତା ଧୂଲିପାଲା ଅଛନ୍ତି । ଆସନ୍ତା ୩୦ ତାରିଖ ଫିଲ୍ମଟି ରିଲିଜ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.