scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀଙ୍କ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା

14/08/2022 at 2:16 PM

ବିନିକା ୧୪।୦୮ :  ଦେଶବ୍ୟାପୀ ଚାଲିଛି ଆଜାଦି କା ଅମୃତ ମହୋତ୍ସବ । ଏହି ଅବସରରେ ବିନିକା ସିର୍ଦ୍ଧାର୍ଥ ଡିଗ୍ରୀ ଓ ଜୁନିଅର କଲେଜ ତରଫରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼. କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ ଜାତୀୟ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ । ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହିରଥିଲେ । ପ୍ରବଳ ବର୍ଷାକୁ ଖାତିର ନକରି ହାତରେ ତ୍ରିରଙ୍ଗା ଧରି ଆରମ୍ଭ କରିଥିଲେ ଶୋଭାଯାତ୍ରା । ବନ୍ଦେ ମାତରଂ, ଭାରତ ମାତା କି ଜୟ ଧ୍ୱନୀ ଦେଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

ଶୋଭାଯାତ୍ରା କଲେଜ ଠାରୁ ଆରମ୍ଭ କରି ନୂଆଁ ବଜାର, ବସଷ୍ଟାଣ୍ଡ ଆମ୍ବେଦକର ଛକ, ପୁରୁଣା ବସଷ୍ଟାଣ୍ଡ, ହାଇସ୍କୁଲ, ଦୈନନ୍ଦିନ ବଜାର, ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ଷ୍ଟେଟ ବ୍ୟାଙ୍କ, ପୋଲିସ ଥାନା, ଏନଏସି କାର୍ଯ୍ୟାଳୟ ରାସ୍ତା ଦେଇ ପରିକ୍ରମା କରିଥିଲା।

   Related Posts