ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଗୁରୁବାର ତ୍ରିପୁରା ବିଧାନସଭା ନିର୍ବାଚନ, ୬୦ଟି ଆସନ ପାଇଁ ହେବ ଭୋଟିଂ

15/02/2023 at 11:08 AM

ତ୍ରିପୁରା ୧୫/୦୨: ଆସନ୍ତାକାଲି ତ୍ରିପୁରା ବିଧାନସଭା ନିର୍ବାଚନ। ନିର୍ବାଚନ ଲାଗି ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ତ୍ରିପୁରାରେ ୬୦ ଟି ଆସନ ପାଇଁ ହେବ ଭୋଟିଂ। ମୈଦାନରେ ଅଛନ୍ତି ୨୫୯ ଜଣ ପ୍ରାର୍ଥୀ।

ରାଜ୍ୟର ୨୮ ଲକ୍ଷ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ସୁରକ୍ଷା ଲାଗି ୪୦୦ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି। ଭୋଟିଂ ସମୟରେ CAPF ସବୁ ପୋଲିଂ ଷ୍ଟେସନରେ ମୁତୟନ ହେବେ।

୬୦ ସିଟ ବିଶିଷ୍ଟ ବିଧାନସଭା ଲାଗି ବିଜେପି, କଂଗ୍ରେସ-ବାମଦଳ ମେଣ୍ଟ ଓ ତୃଣମୂଳ କଂଗ୍ରେସ ମଧ୍ଯରେ ତ୍ରିମୁଖି ଲଢେଇ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ବିଜେପି ଏଥର ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ IPFT ୫ଟି ଆସନରେ ପ୍ରାର୍ଥୀ ଦେଇ ଲଢୁଛି। ଗତ ଥର ୨୦୧୮ରେ ବିଜେପି ୫୧ ସିଟରେ ଲଢି ୩୬ଟି ସିଟ ହାତେଇଥିବା ବେଳେ ଭାଗୁଆଳି ଦଳ IPFT ୭ଟି ସିଟ ପାଇ ସରକାର ଗଠନ କରିଥିଲା।

ଏବେ ପୁଣି ଥରେ ବିଜେପି ପୁରା ବହୁମତରେ କ୍ଷମତାକୁ ଫେରିବା ପାଇଁ ଦମ ଲଗାଇଛି। ୨୦୧୮ ପୂର୍ବରୁ ଦୀର୍ଘ ୩୦ ବର୍ଷରୁ ଅଧିକ ଶାସନ କରିଥିବା ବାମଦଳ ମେଣ୍ଟ କରି ଲଢୁଛି। କଂଗ୍ରେସ ମାଇନର ପାର୍ଟନର ହୋଇ ମାତ୍ର ୧୩ଟି ଆସନରେ ଲଢୁଛି। ବାକି ୪୭ଟି ଆସନରେ ବାମଦଳର ବିଭିନ୍ନ ଦଳ ଲଢୁଛନ୍ତି। ଫଇସଲା ମାର୍ଚ୍ଚ ୨ରେ ଜଣାପଡିବ।

   Related Posts