Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ତ୍ରିପୁରା ବିଧାନସଭା ନିର୍ବାଚନ; ୬୦ଟି ଆସନ ପାଇଁ ଚାଲିଛି ତ୍ରିମୂଖୀ ଲଢେଇ

16/02/2023 at 8:42 AM

ନୂଆଦିଲ୍ଲୀ 16/02 : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ। ତ୍ରିପୁରାରେ ୬୦ଟି ଆସନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷାରେ ୩୩୨୮ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି। ତ୍ରିପୁରାର ୨୮ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସୁରକ୍ଷା ଲାଗି ୪୦୦ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି। CAPF ସବୁ ପୋଲିଂ ଷ୍ଟେସନରେ ମୁତୟନ ରହିଛନ୍ତି। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରା ଜନାଦେଶ କାହାକୁ ମିଳୁଛି ।

ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେଉଛି । ବିଜେପି ଓ ଆଇପିଏଫଟି, କଂଗ୍ରେସ ଓ ବାମ ଦଳ ମେଂଟ ସହ ଆଂଚଳିକ ଦଳ ଟିପରା ମୋଥା ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଜେପି ଏଥର ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ IPFT ୫ଟି ଆସନରେ ପ୍ରାର୍ଥୀ ଦେଇ ଲଢୁଛି। ସେହିଭଳି ସିପିଆଇ(ଏମ୍) ୪୭ଟି ଆସନରେ ନିଜ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ପାଇଁ ୧୩ଟି ଆସନ ଛାଡିଛି । ତିପ୍ରା ମୋଥା ପାର୍ଟି ୪୨ଟି ସିଟ୍‌ରେ ଭାଗ୍ୟ ପରୀକ୍ଷା କରୁଛି ।

ଗତ ଥର ୨୦୧୮ରେ ବିଜେପି ୫୧ ସିଟରେ ଲଢି ୩୬ଟି ସିଟ ହାତେଇଥିବା ବେଳେ ଭାଗୁଆଳି ଦଳ IPFT ୭ଟି ସିଟ ପାଇ ସରକାର ଗଠନ କରିଥିଲା। କଂଗ୍ରେସ ମାଇନର ପାର୍ଟନର ହୋଇ ମାତ୍ର ୧୩ଟି ଆସନରେ ଲଢୁଛି। ବାକି ୪୭ଟି ଆସନରେ ବାମଦଳର ବିଭିନ୍ନ ଦଳ ଲଢୁଛନ୍ତି।

ଏବେ ପୁଣି ଥରେ ବିଜେପି ପୁରା ବହୁମତରେ କ୍ଷମତାକୁ ଫେରିବା ପାଇଁ ଦମ ଲଗାଇଛି। ୨୦୧୮ ପୂର୍ବରୁ ଦୀର୍ଘ ୩୦ ବର୍ଷରୁ ଅଧିକ ଶାସନ କରିଥିବା ବାମଦଳ ମେଣ୍ଟ କରି ଲଢୁଛି। ବିଶେଷ କରି ଚଳିତ ନିର୍ବାଚନରେ ସ୍ପଷ୍ଟ ଜନମତ ପାଇଁ ପୁଣିଥରେ କ୍ଷମତାସୀନ ହେବା ବିଜେପି ପାଇଁ ବଡ ଚାଲେଞ୍ଜ।

   Related Posts