ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ: ‘ଟିଏମସି ନେତାଙ୍କୁ ତାଲିବାନୀ ଷ୍ଟାଇଲରେ କରନ୍ତୁ ହମଲା’

19/08/2021 at 9:00 PM

ଅଗରତାଲା ୧୯/୦୮ : ତ୍ରିପୁରାରେ ବିଜେପି ବିଧାୟକ ଅରୁଣ ଚନ୍ଦ୍ର ଭୌମିକ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ନିଜ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ ‘ତୃଣମୂଳ କଂଗ୍ରେସ ନେତା ଯଦି ଅଗରତାଲା ବିମାନବନ୍ଦରରେ ଓହ୍ଲାନ୍ତି ତାହେଲେ ତାଙ୍କ ଉପରେ ତାଲିବାନୀ ଷ୍ଟାଇଲରେ ହମଲା କରନ୍ତୁ।’ ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ହଙ୍ଗାମା ହେବାପରେ ଦଳ କହିଛି ବିଧାୟକଙ୍କ ବୟାନ ଦଳର ବିଚାର ନୁହେଁ।

୨୦୨୩ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଟିଏମସିର ଅନେକ ବଡ ବଡ ନେତା ତ୍ରିପୁରା ଗସ୍ତରେ ଯାଉଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ଓ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ତ୍ରିପୁରା ଗସ୍ତ କରୁଛନ୍ତି। ବିଜେପିକୁ ପଶ୍ଚିମବଙ୍ଗରେ ରୋକିବା ପରେ ଉତ୍ସାହିତ ଟିଏମସି ବର୍ତ୍ତମାନ ତ୍ରିପୁରାରେ ବିଜେପି ଠାରୁ କ୍ଷମତା ଛଡ଼ାଇବାକୁ ଚେଷ୍ଟା କରୁଛି।

ବେଲୋନିଆ ଆସନ ବିଧାୟକ ଭୋମିକ କହିଛନ୍ତି ଯେ ଟିଏମସି ତ୍ରିପୁରାରେ ବିପ୍ଲାବ କୁମାର ଦେବଙ୍କ ନେତୃତ୍ୱାଧୀନ ସରକାରକୁ କ୍ଷତି ପହଞ୍ଚାଇବାକୁ ଚାହୁଁଚି ଯାହା ୨୫ ବର୍ଷ କମ୍ୟୁନିଷ୍ଟ ଶାସନକୁ ସମାପ୍ତ କରି କ୍ଷମତାକୁ ଆସିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟୁଛି।

ନିକଟରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପ୍ରତିମା ଭୌମିକଙ୍କ ପାଇଁ ବେଲୋନିଆରେ ହୋଇଥିବା ସ୍ୱାଗତ ସମାରୋହରେ ବିଧାୟକ କହିଥିଲେ ଯେ, ‘ମୁଁ ଆପଣ ସମସ୍ତଙ୍କୁ ଅପିଲ କରୁଛି ଯେ ଆମେ ତାଙ୍କ ଉପରକୁ ତାଲିବାନୀ ଷ୍ଟାଇଲରେ ହମଲା କରିବା ଆବଶ୍ୟକ। ସେମାନେ ବିମାନବନ୍ଦରରେ ଓହ୍ଲାଇଲେ ତାଙ୍କ ଉପରକୁ ହମଲା କରିବା ଦରକାର। ଆମେ ବିପ୍ଳବ ଦେବଙ୍କ ନେତୃତ୍ୱାଧୀନ ସରକାରଙ୍କୁ ରକ୍ତର ପ୍ରତ୍ୟେକ ବୁନ୍ଦା ସହ ରକ୍ଷା କରିବୁ।’ ବିଧାୟକଙ୍କ ବିବାଦୀୟ ବୟାନର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭୌମିକଙ୍କ ବୟାନରେ ପ୍ରତିକ୍ରିୟା ରଖି ଟିଏମସି ନେତା ସୁବଳ ଭୌମିକ ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅପରପକ୍ଷରେ ତ୍ରିପୁରା ବିଜେପି ମୁଖ୍ୟ ପ୍ରବକ୍ତା ସୁବ୍ରତ ଚକ୍ରବର୍ତୀ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ବୟାନ ଏବଂ ଦଳ ସହ କୌଣସି ସମ୍ପର୍କ ନାହିଁ। ଏହା ବିଜେପିର ସଂସ୍କୃତି ନୁହେଁ ବୋ

   Related Posts