ମାଆଙ୍କ ସହ ଘର ଛାଡ଼ି ଦେଲେ ଅଭିନେତ୍ରୀ : କହିଲେ,ପିଟିଲେ ବାପା, ଜୀବନରେ ମାରିଦେବାକୁ ଦେଲେ ଧମକ,ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | August 27, 2020 IST

ବରେଲି ୨୭/୮: ବାଲାଜୀ ଟେଲିଫିଲ୍ମର ଅଭିନେତ୍ରୀ ନିଜ ବାପାଙ୍କ ବିରୋଧରେ ଜବରଦସ୍ତି ବିବାହ କରିବାକୁ ଚାପ ପ୍ରୟୋଗ କରିବାର ଅଭିଯୋଗ କରିଛନ୍ତି। ବିରୋଧ କରିବାରୁ ଅଭିନେତ୍ରୀଙ୍କୁ ତାଙ୍କ ବାପା ପିଟିଛନ୍ତି। ତାଙ୍କୁ ହତ୍ୟା ଉଦ୍ୟମ କରାଯିବାର ଅଭିଯୋଗ ରହିଛି। ଏବେ ଅଭିନେତ୍ରୀ ନିଜ ମାଆଙ୍କ ସହ ଘର ଛାଡ଼ି ଚାଲି ଆସିଛନ୍ତି। ସେ ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବାପାଙ୍କ ଅତ୍ୟାଚାରର କାହାଣୀ ସେୟାର କରିଛନ୍ତି। ମାମଲାର ଅଭିଯୋଗ ଟ୍ବିଟରରେ କରାଯାଇଛି। ଏବେ ବାରାଦରୀ ପୋଲିସ୍ ଏହାର ଯାଞ୍ଚ କରୁଛି।

wp:core-embed/instagram {"url":"https://www.instagram.com/p/CEUVRm6HBGS/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEUVRm6HBGS/?utm_source=ig_embed
/wp:core-embed/instagram

ଗ୍ରୀନ୍ ପାର୍କ ବାସିନ୍ଦା ରାମ ରତନ ଶଙ୍ଖଧରଙ୍କ ରିୟଲ ଏଷ୍ଟେଟର ବିଜନେସ୍ ରହିଛି। ତାଙ୍କ ବଡ଼ ଝିଅ ଦୀପ୍ତି ପିସିଏସର ପ୍ରସ୍ତୁତି କରୁଛନ୍ତି। ସାନ ଝିଅ ତୃପ୍ତି ଶଙ୍ଖଧର(୧୯) ବାଲାଜୀ ଟେଲିଫିଲ୍ମର ଅଭିନେତ୍ରୀ। ଗତ ବର୍ଷେ ହେବ ସେ ମୁମ୍ବାଇରେ ରହୁଛନ୍ତି। ତାଙ୍କର ଏବେ ସୁଦ୍ଧା ଏକ ଦକ୍ଷିଣ ଭାରତୀୟ ଫିଲ୍ମ ରିଲିଜ ହୋଇଛି। ସେ ହୋଲିରେ ନିଜ ଘରକୁ ଆସିଥିଲେ ଏବଂ ସେବେଠାରୁ ଲକଡାଉନ୍ ଯୋଗୁଁ ବରେଲିରେ ରହୁଥିଲେ।

wp:core-embed/instagram {"url":"https://www.instagram.com/p/CEUV0DUnrW6/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEUV0DUnrW6/?utm_source=ig_embed
/wp:core-embed/instagram

ଏପରି ପରିସ୍ଥିତିରେ ହଠାତ୍ ବିଳମ୍ବିତ ରାତିରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ନିଜ ମାଆଙ୍କ ସହ ଦେଖାଯାଉଛନ୍ତି ଏବଂ ନିଜ ବାପା ରାମ ରତନଙ୍କ ବିରୋଧରେ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ମୁମ୍ବାଇକୁ ଅଭିନେତ୍ରୀ ହେବା ପାଇଁ ପଠାଇଥିଲେ। ତାଙ୍କର କେବଳ ଗୋଟିଏ ଫିଲ୍ମ ରିଲିଜ ହୋଇଛି। କିନ୍ତୁ ଏବେ ବାପା ଜଣେ ୨୮ବର୍ଷ ବୟସର ଯୁବକଙ୍କ ସହ ବିବାହ କରିବାକୁ ଚାପ ପ୍ରୟୋଗ କରୁଛନ୍ତି।

{"id":320815,"sizeSlug":"large"}

 ସେ ଅଭିଯୋଗ କରିଛନ୍ତି ଯେ ବାପା ମଙ୍ଗଳବାର ପରିଷ୍କାର ଭାବେ କହି ଦେଇଥିଲେ ଯେ ବିବାହ ନକଲେ ଜୀବନରେ ମାରି ଦେବେ। ଏହା ପରେ ସେ ନିଜ ମାଙ୍କ ସହ ଘରୁ ପଳାଇ ଯାଇଥିଲେ ଏବଂ ଇନଷ୍ଟାଗ୍ରାମରେ ବାପାଙ୍କ ବିରୋଧରେ ଅଭିଯୋଗ କରିବାର ଭିଡିଓ ଅପଲୋଡ କରି ଦେଇଥିଲେ। ଏହା ସହ ସେ ବାପାଙ୍କ ବିରୋଧରେ ମାଙ୍କୁ ଅତ୍ୟାଚାର କରିବା ଏବଂ ମାଡ଼ପିଟ କରିବାର ଅଭିଯୋଗ କରିଛନ୍ତି। ସେହିପରି ରାମ ରତନଙ୍କ ପତ୍ନୀ ମଧ୍ୟ ମାଡ଼ପିଟ କରିବା ଏବଂ ଘରୁ ବାହାରକୁ ନ ଯିବାକୁ ଦେବା କଥା କହିଛନ୍ତି। ପୀଡ଼ିତା ସାହାଯ୍ୟ ଦାବି କରି ଉତ୍ତରପ୍ରଦେଶ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରିବାର ଅଭିଯୋଗ କରିଛନ୍ତି।

{"id":320816,"sizeSlug":"large"}

ବାପା ରାମ ରତନଙ୍କ କହିବା ଅନୁସାରେ ସେ ରାଗି ଯାଇ ଘରୁ ଚାଲି ଯାଇଛନ୍ତି। ସେ ଦୁଇ ଦିନ ତଳେ ଘର କଥା ପାଇଁ ଗାଳି ଦେଇଥିଲେ। ତାଙ୍କୁ ସେ ବିବାହ କରିବାକୁ ଚାପ ପ୍ରୟୋଗ କରିନଥିଲେ। ସେ କହିଛନ୍ତି ତାଙ୍କ ଝିଅ ଶୀଘ୍ର ଘରକୁ ଫେରି ଆସିବେ। ସେହିପରି ତୃପ୍ତିଙ୍କ ବଡ଼ ଭଉଣୀ ଦୀପ୍ତି କହିଛନ୍ତି ଯେ ସେ ରାଗି ଚାଲି ଯାଇଛନ୍ତି ଏବଂ ରାଗରେ ଏସବୁ କହୁଛନ୍ତି। ତାଙ୍କୁ ବିବାହ କରିବାକୁ କେହି ବାଧ୍ୟ କରୁନାହାନ୍ତି। ସେ ଏବେ ଛୋଟ।

{"id":320818,"sizeSlug":"large"}

ତୃପ୍ତି ଭାଇରାଲ୍ ଭିଡିଓରେ କହିଛନ୍ତି ଯେ ତାଙ୍କ ବାପା ମୁମ୍ବାଇ ପଠାଇବା ପାଇଁ ଲଗାଇଥିବା ପୂରା ଟଙ୍କା ତାଙ୍କୁ ମାଗିଛନ୍ତି।

{"id":320821,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.