ମିଶର ଚର୍ଚ୍ଚ ଅଗ୍ନିକାଣ୍ଡ: ମୃତ ୧୫ ଶିଶୁଙ୍କ ମଧ୍ୟରେ ତିନି ଯମଜ ସନ୍ତାନ ଏବଂ ଯାଆଁଳା ଭଉଣୀ, ଅଧିକ ଯନ୍ତ୍ରଣା ଦେଉଛି ଛୋଟ କଫିନ୍

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ: କୁହାଯାଏ ଛୋଟ କଫିନ୍ ସବୁଠୁ ଭାରୀ ହୋଇଥାଏ । ଆଉ ଏହା ହିଁ ଘଟିଛି ମିଶରବାସୀଙ୍କ ସହ । ଦେଶର ଏକ ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ ପରେ ସେଠାକାର ଲୋକେ ଏବେ ସେହି ଯନ୍ତ୍ରଣା ଅନୁଭବ କରୁଛନ୍ତି । ବିବିସିର ରିପୋର୍ଟ ଅନୁସାରେ, ମିଶର ଚର୍ଚ୍ଚ ଅଗ୍ନିକାଣ୍ଡରେ ଅତି କମରେ ୧୫ ଜଣଙ୍କ ଶିଶୁଙ୍କ ମୃତ୍ୟୁ ହୋଇଛି ।

ସର୍ଟସର୍କିଟ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡ ରବିବାର ୪୧ ଜଣ ଜଣଙ୍କ ମୃତ୍ୟୁ ହୋଇଥିଲା । ଗିଜାର ଆବୁ ସେଫିନ ଚର୍ଚ୍ଚରେ ନିଆଁ ଲାଗିବା ସମୟରେ ପ୍ରଥମ ମହଳାରେ ଛୋଟ ପିଲାଙ୍କୁ ଶିକ୍ଷା ଦିଆଯାଉଥିଲା । ପ୍ରତ୍ୟେକ୍ଷଦର୍ଶୀ ୟାଶିର ମୁନୀରଙ୍କ କହିବା ଅନୁସାରେ, ନିଆଁ ଲାଗିବା ପରେ ସେଠାରୁ ବାହାରିବା ପାଇଁ ଭୟର ଦୌଡାଦୌଡି କରିଥିଲେ । କିନ୍ତୁ ଶିଢିରୁ ଓହ୍ଲାଇବା ସମୟରେ ଅଣନିଶ୍ୱାସୀ ହୋଇ ଜଣେ ଜଣଙ୍କ ଉପରେ ପଡିବା ଆରମ୍ଭ କରିଥିଲେ ।

ଏହି ଅଗ୍ନିକାଣ୍ଡରେ ତିନି ଯମଜ ଶିଶୁ ମୋହରିଲ, ୟୁସୁଫ ଏବଂ ଫିଲୋପାଟୋରଙ୍କ ମୃତ୍ୟୁ ହୋଇଛି । ଏହାସହ ସେମାନଙ୍କ ମାଆଙ୍କ ମଧ୍ୟ ଏଥିରେ ମୃତ୍ୟୁ ହୋଇଛି । ପିଲାମାନଙ୍କୁ ମନେ ପକାଇ ତାଙ୍କ ମାଉସୀ ସୋସିଆଲ ମିଡିଆରେ ଏକ ଦୁଃଖଭାର ସନ୍ଦେଶ ଦେଇଛନ୍ତି ।

{"id":671856,"sizeSlug":"full","linkDestination":"none"}

ଏହାସହ ଇମବାବା ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ପୀଡିତଙ୍କ ମଧ୍ୟରେ ୫ ବର୍ଷୀୟ ଯାଆଁଳା ଭଉଣୀ ମରିୟମ ଏବଂ ବାରଲିନା ଏବଂ ତାଙ୍କର ତିନି ବର୍ଷର ଭାଇ ଇବ୍ରାହିମର ନାଁ ରହିଛି । ମୃତକଙ୍କ ପ୍ରତି ସମବେଦନା ଜଣାଇ ମିଶର ରାଷ୍ଟ୍ରପତି ଆବଦେଲ ଫତାହ ଅଲ-ସିସି ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.