ସାମାନ୍ୟ ବଚସାରୁ ଫୁଟିଲା ଗୁଳି, ରାଜସ୍ଥାନ ଭରତପୁରରେ ଟ୍ରିପଲ୍ ମର୍ଡର, ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା

Published By : Prameya-News7 Bureau | November 27, 2022 IST

ଜୟପୁର: ରାଜସ୍ଥାନ ଭରତପୁରରେ ଟ୍ରିପଲ୍ ମର୍ଡର । ଘରେ ପଶି ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଭରତପୁର ଜିଲ୍ଲା କୁହ୍ମେର ଥାନା ଶିକରୌରା ଗାଁରେ ହତ୍ୟାକାଣ୍ଡ ଘଟିଛି । ଗାଁର ଲକ୍ଷ୍ମଣ ଓ ତାଙ୍କ ସହଯୋଗୀ ପଡୋଶୀ ଘରର ତିନି ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳି ବାଜିବାରୁ ମୃତକଙ୍କ ପରିବାର ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଲାଇଛି ।

ଭରତପୁର ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨୦କିଲୋମିଟର ଦୂର ଶିକରୌରା ଗାଁ ଏହି ହତ୍ୟାକାଣ୍ଡ ଘଟିଛି । କୌଣସି ଏକ କାରଣରୁ ଗାଁର ଲଖନ ସିଂହ ଓ ପଡୋଶୀ ଗଜେନ୍ଦ୍ରଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା । ପରେ ଲଖନ ସିଂହ ଓ ତାଙ୍କ ସାଥି ଉତ୍ତେଜିତ ହୋଇ ଗଜେନ୍ଦ୍ରଙ୍କ ଘରେ ପଶି ଆଖିବୁଜା ଫାୟାରିଂ କରିଥିଲେ । ଗୁଳି ବାଜିବାରୁ ତିନି ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ ଦୁଇ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  

ଗୁଳିକାଣ୍ଡରେ ଗଜେନ୍ଦ୍ର ସମେତ ତାଙ୍କ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ରହିଥିବା ଜଣାପଡ଼ିଛି । କୁହ୍ମେର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଫାୟାରିଂ ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଲଖନ ଓ ତା’ ସାଙ୍ଗମାନଙ୍କୁ ଗରିଫ ପାଇଁ ପୋଲିସ ଉଦ୍ୟମ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.