ବାରିପଦାରେ ଟ୍ରିପଲ ମର୍ଡର, ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା

Published By : Prameya-News7 Bureau | May 22, 2019 IST

ବାରିପଦା ୨୨|୫: ବାରିପଦାରେ ଟ୍ରିପଲ ମର୍ଡର ହୋଇଛି । ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସ୍ବାମୀ, ସ୍ତ୍ରୀ ଓ ସମ୍ପର୍କୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":114623}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତାଡକିସୋଳ ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସ୍ବାମୀ, ସ୍ତ୍ରୀ ଓ ସମ୍ପର୍କୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ଘର ବାହାର ଥିବା ଏକ ଗଛରୁ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ଘର ଭିତରୁ ଦୁଇ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

{"id":114624}

ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଗୋଟିଏ ହାତୁଡି ମଧ୍ୟ ପଡିଛି । ତେବେ ସେଥିରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.