scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟସଭାରୁ ନିଲମ୍ବିତ ଟିଏମସି ସାଂସଦ ଡେରେକ୍ ଓବ୍ରେନ୍; ଆପତ୍ତିଜନକ ବ୍ୟବହାର ପାଇଁ ସସ୍‌ପେଣ୍ଡ

8/08/2023 at 12:23 PM

Derek O'Brien

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟକୁ ଝଟକା । ରାଜ୍ୟସଭାର ମୌସୁମୀ ଅଧିବେଶନରୁ ବାଦ ପଡ଼ିଲେ ସାଂସଦ ଡେରିକ୍ ଓବ୍ରେନ୍ । ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ଟିଏମସି ସାଂସଦ। ଆପତ୍ତିଜନକ ବ୍ୟବହାର ପାଇଁ ତାଙ୍କୁ ରଜ୍ୟସଭା ଅଧ୍ୟକ୍ଷ ବା ଉପ-ରାଷ୍ଟ୍ରପତି ଜଗଦିପ୍ ଧନକଡ ବାକି ରହିଥିବା ମୌସୁମୀ ଅଧିବେଶନରୁ ତାଙ୍କୁ ସ୍‌ସପେଣ୍ଡ କରିଛନ୍ତି । ଏହାକୁ ଟିଏମସି ସାଂସଦମାନେ ଜୋରଦାର ହଙ୍ଗାମା କରିଛନ୍ତି ।

ସୋମବାର ରାଜ୍ୟସଭାରେ ଦିଲ୍ଲା ସେବା ବିଲ୍ ପାରିତ ହେବା ସମୟରେ ନାଟକୀୟଭାବେ ଆପତ୍ତଜନକ ବ୍ୟବହାର ଦେଖାଇଥିବା ଅଭିଯୋଗ ଲଗାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ୍ ଧନକଡ । ତୃଣମୂଳ କଂଗ୍ରେସର ସଦସ୍ୟ ଗୃହରେ  ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସେବା ବିଲକୁ ସୀମିତ ରଖିବାକୁ ମନା କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଏବଂ ଅଭଯୋଗର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ରଖିଥିଲେ । ଏହାକୁ ନେଇ ଅଧ୍ୟକ୍ଷ ଜଗଦୀପ୍ ଧନକଡ୍ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ନିଲମ୍ବିତ କରିଛନ୍ତି ।  

ସେପଟେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି । ସାଂସଦ ଗୌରବ ଗୋଗୋଇ ପ୍ରାରମ୍ଭରୁ କେନ୍ଦ୍ର ସରକାର ଉପରେ ହମଲା କରିଛନ୍ତି । ମଣିପୁରରେ ହିଂସା ଓ ମହିଳାଙ୍କୁ ବିବସ୍ତ୍ର ମାମଲାରେ କଂଗ୍ରେସ ଟାର୍ଗେଟ୍ କରିଛି । ଗୋଟିଏ ପରେ ଗୋଟିଏ ଅଭିଯୋଗ ଉପସ୍ଥାପନା କରିବା ସହିତ ମଣିପୁରରେ ଡବଲ ଇଞ୍ଜିନ ସରକାରର ବିଫଳତା ବଖାଣୁଛନ୍ତି । ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ ବିଜେପିକୁ ୬ଘଣ୍ଟା ୪୧ ମିନିଟ୍ ଏବଂ କଂଗ୍ରେସକୁ ମିଳିବ ୧ଘଣ୍ଟା ୧୫ ମିନିଟ୍ ମିଳିଛି । ସମୁଦାୟ ଚର୍ଚ୍ଚା ପ୍ରାୟ ୧୨ ଘଣ୍ଟା ଚାଲିବ । ଆଜି ଏବଂ ଆସନ୍ତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ ।

   Related Posts