କୋଲକାତା: ରେଷ୍ଟ୍ରୁରାଣ୍ଟ ମାଲିକଙ୍କୁ ମାଡ଼ ମାରିଲେ ଅଭିନେତା ତଥା ସିଲଭରପୁରର ଟିଏମସି ବିଧାୟକ ସୋହମ ଚକ୍ରବର୍ତ୍ତୀ। ନ୍ୟୁ ଟାଉନରେ ଥିବା ରେଷ୍ଟୁରାଣ୍ଟ ମାଲିକଙ୍କୁ ଅଭିନେତା ଜଣକ ଚାପୁଡ଼ା ଏବଂ ବିଧା ଗୋଇଠା ମାରିବା ଅଭିଯୋଗ ହୋଇଛି। ଏପରିକି ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ସେ ଧମକ ମଧ୍ୟ ଦେଇଛନ୍ତି।
ରେଷ୍ଟୁରାଣ୍ଟ ମାଲିକ ଅନସୁଲ ଆଲାମ ଅଭିନେତା ତଥା ବିଧାୟକଙ୍କୁ ଏଭଳି ଆଚରଣକୁ "ଗୁଣ୍ଡାଗର୍ଦ୍ଦି" ବୋଲି ଅଭିଯୋଗ କରିଛନ୍ତି। ସୋହମ୍ ମଧ୍ୟ ତାଙ୍କୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି।
ତେବେ ରେସ୍ତୋରାଁ ମାଲିକ TMCର ଅଲ ଇଣ୍ଡିଆର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଦୁର୍ବ୍ୟବହାର କରୁଥିବା ସେ ଦାବି କରିଛନ୍ତି। ଏହା ପରେ ସୋହମ୍ ତାଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ଅନସୁଲ କହିଛନ୍ତି ଯେ ସେ ଅଭିଷେକଙ୍କୁ ଦୁର୍ବ୍ୟବହାର କରିନଥିଲେ ଏବଂ ଅଭିଷେକଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ପାର୍କିଂକୁ କେନ୍ଦ୍ର କରି ଏପରି କାଣ୍ଡ କରିଥିବା କହିଛନ୍ତି ଅନସୁଲ। ତେବେ ରେଷ୍ଟ୍ରୁରାଣ୍ଟ ପକ୍ଷରୁ ଅଭିନେତା ତଥା ବିଧାୟକଙ୍କ ବିରୋଧରେ କୌଣସି ଏତଲା ଦିଆଯାଇନାହିଁ।